Latest Odisha News

BREAKING NEWS

ଟୋକିଓ ଅଲିମ୍ପିକ୍ସରୁ ବାଦ୍ ପଡିଲା ରୁଷିଆ

ମସ୍କୋ: ଡୋପିଂ ନିୟମ ଉଲ୍ଲଂଘନ କରିଥିବା ଯୋଗୁ ରୁଷିଆକୁ ଆଗାମୀ ଟୋକିଓ ଅଲିମ୍ପିକ୍ସରୁ ବାସନ୍ଦ କରାଯାଇଛି । ରୁଷିଆ ପୂର୍ବରୁ ଏ ନେଇ କୋର୍ଟ ଅଫ ଆର୍ବିଟ୍ରେଶନ ଫର ସ୍ପୋର୍ଟ୍ସର ଦ୍ୱାରସ୍ତ ହୋଇଥିଲା । କାସ ୪ ବର୍ଷର ଦଣ୍ଡକୁୁ ଅଧା କରିଥିଲେ ସୁଦ୍ଧା ବାସନ୍ଦ ଦଣ୍ଡାଦେଶ ବଳବତର ରଖିଛି । ବିନା ପତାକା ଓ ଜାତୀୟ ସଙ୍ଗୀତରେ ରୁଷିଆ ଆଥଲେଟମାନେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରପାରିବେ ।

ଅଲିମ୍ପିକ୍ସ ବ୍ୟତୀତ ୨୦୨୨ ଫିଫା ବିଶ୍ୱକପରେ ମଧ୍ୟ ସେମାନେ ରୁଷିଆ ପକ୍ଷରୁ ପ୍ରତିନିଧିତ୍ୱ କରିପାରିବେ ନାହିଁ । ସେହିପରି ୨ ବର୍ଷ ପର୍ଯ୍ୟନ୍ତ ରୁଷିଆ କୌଣସି ଆନ୍ତର୍ଜାତୀୟ ଇଭେଂଟ ଆୟୋଜନ କରିପାରିବ ନାହିଁ । କୋଚ, ଅଧିକାରୀ ଓ ଅନ୍ୟ ସଦସ୍ୟମାନେ ଅଲିମ୍ପିକ୍ସ ଏବଂ ଅନ୍ୟ ଆନ୍ତର୍ଜାତୀୟ ଇଭେଂଟରେ ଯୋଗ ଦେଇପାରିବେ ନାହିଁ ।

Leave A Reply

Your email address will not be published.