Latest Odisha News

BREAKING NEWS

ରିୟଲ ନୁହେଁ ରିଲ୍‌ରେ ଗର୍ଭବତୀ ନେହା କକ୍କର !

ମୁମ୍ବାଇ: ବିବାହ କରିବାର ଦୁଇମାସ ପରେ ଗର୍ଭବତୀ ଅଛନ୍ତି ନେହା କକ୍କର । ଏହି ଖବର କାଲିଠୁ ଆଜି ଯାଏଁ ପ୍ରାୟ ସମସ୍ତ ଖବର କାଗଜ, ଟିଭି ଚ୍ୟାନେଲ ଓ ଡିଜିଟାଲ ପ୍ଲାଟଫର୍ମରେ ଚହଳ ଖେଳାଇଥିଲା । ଏପରିକି ସୋସିଆଲ୍ ମିଡିଆରେ ବି କିଛି ଲୋକ ନେହା ଓ ରୋହନପ୍ରୀତଙ୍କୁ ବଧେଇ ଜଣାଇଥିଲାବେଳେ ଅନେକ ସମାଲୋଚନା କରିବାକୁ ବି ପଛାଇନଥିଲେ । ହେଲେ ଶେଷରେ ଜବାବ ରଖିଛନ୍ତି ସିଙ୍ଗର ନେହା କକ୍କର ।

ଏକ ମ୍ୟୁଜିକ ଭିଡିଓର ପ୍ରମୋଶନ ପାଇଁ ନେହା ବେବି ବମ୍ପ ଦେଖାଇ ଫଟୋ ସୁଟ୍ କରାଇଥିଲେ । ବାସ୍ ଇଣ୍ଟରନେଟରେ ସେନ୍ସେସନ କ୍ରିଏଟ କରିବାକୁ ସେହି ଫଟୋଟିକୁ ସେ ସେୟାର କରିଥିଲେ । ବଳକା କାମ କରିଦେଇଥିଲା ସୋସିଆଲ ମିଡିଆ । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ତାଙ୍କ ଫ୍ୟାନ ଓ ସେଲିବ୍ରିଟିମାନେ ବି ନେହାଙ୍କ ଗର୍ଭବତୀ ଘଟଣାକୁ ଧୁମ୍ ପ୍ରଚାର କରିଥିଲେ ।

ନେହାଙ୍କ ଅପକମିଂ ମ୍ୟୁଜିକ ଭିଡିଓର ଟାଇଟଲ୍ ରହିଛି “Khyal Rakhya Kar” । କିଛି ଏପରି କ୍ୟାପ୍ସନ ସହ ନେହା ନିଜ ମ୍ୟୁଜିକ ଭିଡିଓର ପୋଷ୍ଟର ସୋସିଆଲ ମିଡିଆରେ ସେୟାର କରି ସମସ୍ତ ଗୁଜବକୁ ଖଣ୍ଡନ କରିଛନ୍ତି । କହିବାକୁ ଗଲେ ମିଥ୍ୟା ଗୁଜବକୁ ଖଣ୍ଡନ ନୁହେଁ ବରଂ ପ୍ରମୋଶନ ଷ୍ଟ୍ରାଟେଜି ଭାବେ ସେ ନିଜ ଫଟୋକୁ ଜାଣିଶୁଣି ଇଣ୍ଟରନେଟରେ ଭାଇରାଲ୍ କରିଥିଲେ ।

Leave A Reply

Your email address will not be published.