Latest Odisha News

ରାସ୍ତାକଡ଼ରେ ଗାଡ଼ି ରଖିବା ନେଇ କମିଶନରେଟ୍ ପୋଲିସର କଟକଣା

ଭୁବନେଶ୍ୱର: ସର୍ବସାଧାରଣ ସ୍ଥାନ ତଥା ରାସ୍ତାକଡରେ ବେପରୁଆ ଭାବେ ରଖାଯାଉଥିବା ଗାଡିଗୁଡିକୁ ହଟାଇବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ବରରେ ଏକ ସ୍ୱତନ୍ତ୍ର ଡ୍ରାଇଭ୍ ପ୍ରସ୍ତୁତ କରାଯାଇଛି।

ଗଣମାଧ୍ୟମକୁ ସୂଚନା ଦେଇ ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର କହିଛନ୍ତି ଯେ କଳ୍ପନା ଛକ ଏବଂ ଷ୍ଟେସନ ରୋଡ ଅଞ୍ଚଳ ମଧ୍ୟରେ ବେପରୁଆ ଭାବେ ପାର୍କିଂ ହୋଇଥିବା ୬ଟି ଗାଡ଼ିକୁ ପୋଲିସ ଟାଣି ନେଇଛି। ବରମୁଣ୍ଡା ଅଞ୍ଚଳରେ ଥିବା ଅଣ୍ଡରପାସରେ ଏହି ଡ୍ରାଇଭ୍ ଚାଲିଥିଲା।

ଡିସିପି ଆହୁରି ମଧ୍ୟ କହିଛନ୍ତି ଯେ ରାସ୍ତାରେ ଏଭଳି ଭାବେ ଗାଡି ରଖିବା ଯୋଗୁଁ ଟ୍ରାଫିକ୍ ସମସ୍ୟା ଏବଂ ଦୁର୍ଘଟଣା ଭଳି ସମସ୍ୟା ଉପୁଜୁଥିବା ଅଭିଯୋଗ ପରେ ଏହି ଡ୍ରାଇଭ୍ ଆରମ୍ଭ କରାଯାଇଥିଲା।

Comments are closed.