କଟକ: ଗଞ୍ଜେଇ ଚାଷ ଓ ତାର ଚୋରା ଚାଲାଣ ଓଡ଼ିଶା ପୋଲିସ, ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରୀୟ ପ୍ରବର୍ତ୍ତନ ସଂସ୍ଥା ମାନଙ୍କ ପାଇଁ ଏକ ଆହ୍ବାନ ହୋଇଛି । ନିଶା ଦ୍ରବ୍ୟ ରୋକିବାକୁ ରାଜ୍ୟ ସରକାର ପ୍ରଧାନ୍ୟ ଦେଉଛନ୍ତି । ସେଥିପାଇଁ ଚଳିତ ବର୍ଷ ଓଡ଼ିଶା ପୋଲିସ ତରଫରୁ ଅନ୍ୟାନ୍ୟ ନିଶାଦ୍ରବ୍ୟ ସହ ଗଞ୍ଜେଇ ଚାଲାଣକୁ ପ୍ରତିହତ କରିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଥିଲା ।
ଚଳିତ ବର୍ଷ ନଭେମ୍ବର ୩୦ ତାରିଖ ସୁଦ୍ଧା ଓଡ଼ିଶା ପୋଲିସ ଦ୍ବାରା ରେକର୍ଡ ୧୨୯୨ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି । ଗତ ୧୦ ବର୍ଷ ମଧ୍ୟରେ ପୂରା ବର୍ଷରେ ଓଡ଼ିଶା ପୋଲିସ ଦ୍ବାରା ଜବତ ହୋଇଥିବା ଗଞ୍ଜେଇ ପରିମାଣ ଠାରୁ ଦୁଇ ଗୁଣ ଅଧିକ । କୋରାପୁଟ ଜିଲ୍ଲାରୁ ସବୁଠାରୁ ଅଧିକ ୫୨୮ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଏଥିପାଇଁ କୋରାପୁଟ ଜିଲ୍ଲା ପୋଲିସକୁ ଡିଜିପି ପ୍ରଶଂସା କରିଛନ୍ତି ।
ମାଲକାନଗିରି ଏବଂ ଗଜପତି ଜିଲ୍ଲା ଏସପିଙ୍କୁ ମଧ୍ୟ ସେମାନଙ୍କ ଭଲ କାମ ପାଇଁ ଡିଜିପି ପ୍ରଶଂସା କରିଛନ୍ତି । ସେହିପରି ଅନେକ ଅଧସ୍ତନ କର୍ମଚାରୀଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଛି ।
Comments are closed.