Latest Odisha News

BREAKING NEWS

ଆଗାମୀ ୬ ମାସ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ; ଉଦ୍ଧବ ଠାକରେ

ମୁମ୍ବାଇ: କରୋନାକୁ ଏଡାଇବା ପାଇଁ ସାରା ବିଶ୍ୱରେ ଟିକା ପରୀକ୍ଷା ଦ୍ରୁତ ଗତିରେ ଚାଲିଛି। ଅନ୍ୟପକ୍ଷରେ, ସତର୍କତା ଭାବରେ କରୋନାକୁ ଏଡାଇବା ପାଇଁ ଅଧିକାଂଶ ଦେଶରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏହି କ୍ରମରେ ଆଜି ମହାରାଷ୍ଟ୍ରରେ ଆସନ୍ତା ୬ ମାସ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହା ଘୋଷଣା କରି କହିଛନ୍ତି ଯେ ସମସ୍ତ ଲୋକ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଅଭ୍ୟାସ କରିବା ଉଚିତ୍। ତେବେ ଯେଉଁମାନେ ମାସ୍କ ପିନ୍ଧନ୍ତି ନାହିଁ ସେମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ଏହାପୂର୍ବରୁ ଦେଶର ଅଧିକାଂଶ ରାଜ୍ୟରେ ଯେଉଁମାନେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧନ୍ତି ନାହିଁ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। କେବଳ ଏତିକି ନୁହେଁ ଅଧିକାଂଶ ରାଜ୍ୟରେ ଏହା ବିରୋଧରେ ଜରିମାନା ମଧ୍ୟ ସ୍ଥିର ହୋଇଥିଲା।ଏହାସହିତ ପୁନର୍ବାର ରାତ୍ରି କର୍ଫ୍ୟୁ ଲାଗୁ କରିବା ବିଷୟରେ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.