ନୂଆଦିଲ୍ଲୀ: ଦେଶରେ କୋଟିଏ ପାର କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏବେ ଦୈନିକ ପଜିଟିଭ୍ କେସ୍ ନିୟନ୍ତ୍ରଣ ଭିତରେ ରହିଛି । ଗତ ୨୪ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୪ହଜାର ୩୩୭ କରୋନା ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୫୫ହଜାର ୫୬୦କୁ ବୃଦ୍ଧି ପାଇଛି । ଦେଶରେ ମହାମାରୀ ନେଇଛି ଆଉ ୩୩୩ ଜୀବନ । ମୃତ୍ୟୁସଂଖ୍ୟା ୧ଲକ୍ଷ ୪୫ହଜାର ୮୧୦ଛୁଇଁଛି । ଦେଶରେ ମୃତ୍ୟୁହାର ରହିଛି ୧.୪୫%।
ଦେଶରେ ବଢୁଛି ସୁସ୍ଥ ହାର । କମୁଛି ଆକ୍ଟିଭ୍ କେସ୍ । ଭାରତରେ ଏବେ ୩ଲକ୍ଷ ୩ହଜାର ୬୩୯ଟି ଆକ୍ଟିଭେ କେସ୍ ରହିଛି । ଗତ ୨୪ ଘଣ୍ଟାରେ ଆଉ ୨୫ହଜାର ୭୦୯ ଆକ୍ରାନ୍ତ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ମୋଟ୍ ସୁସ୍ଥଙ୍କ ସଂଖ୍ୟା ୯୬ଲକ୍ଷ ୬ହଜାର ୧୧୧ ।
ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ ସୁସ୍ଥହାର ସବୁଠୁ ଅଧିକ । ୯୫ପ୍ରତିଶତରୁ ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି । କିନ୍ତୁ ଆମେରିକା, ରୁଷିଆ, ବ୍ରାଜିଲ ଭଳି ଦେଶରେ ସୁସ୍ଥହାର ୬୦ରୁ ୮୦ପ୍ରତିଶତ ଭିତରେ ରହିଛି ।
Comments are closed.