Latest Odisha News

BREAKING NEWS

ଦେଶରୁ ୨୪ ଘଣ୍ଟାରେ ୧୯ହଜାର କରୋନା ପଜିଟିଭ୍, ଜୁଲାଇ ପରେ ସର୍ବନିମ୍ନ ସ୍ତରକୁ ଖସିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କରୋନା ଟ୍ରେଣ୍ଡ । ଦୈନିକ ସଂକ୍ରମଣ ୨୦ ହଜାର ତଳକୁ ଖସିଛି । ଜୁଲାଇ ମାସ ପରେ ଆଜି ପ୍ରଥମ ଥର ଦୈନିକ ସଂକ୍ରମଣ ସର୍ବନିମ୍ନ ସ୍ତରକୁ ଖସିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୯ ହଜାର ୧୯ହଜାର ୫୬୬ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୭୫ହଜାର ୧୧୬କୁ ବୃଦ୍ଧି ପାଇଛି ।
୩ଲକ୍ଷରୁ କମ୍ ଆକ୍ଟିଭ୍ କେସ୍
ଦେଶରେ ୩ଲକ୍ଷ ତଳକୁ ଖସିଛି କରୋନା ଆକ୍ଟିଭ୍ କେସ୍ । ସୁସ୍ଥତା ହାର ବଢ଼ିବାରେ ଲାଗିଛି । ୯୫ପ୍ରତିଶତରୁ ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ଆଉ ୩୦ହଜାର ୩୭୬ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ମୋଟ୍ ସୁସ୍ଥ ସଂଖ୍ୟା ୯୬ଲକ୍ଷ ୩୬ହଜାର ୪୮୭କୁ ବୃଦ୍ଧି ପାଇଛି । ଏବେ ଦେଶେର ୨ଲକ୍ଷ ୯୨ହଜାର ୫୧୮ଟି କରୋନା ଆକ୍ଟିଭ କେସ୍ ରହିଛି ।
ମୃତ୍ୟୁହାର ୧.୪୫%
ଦେଶରେ କମିଛି ଦୈନିକ କରୋନା ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ଆଉ ୩୦୧ ସଂକ୍ରମିତ ପ୍ରାଣ ହରାଇଛନ୍ତି । ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୬ହଜାର ୧୧୧ରେ ପହଞ୍ଚିଛି । ଦେଶରେ ମୃତ୍ୟୁହାର ରହିଛି ୧.୪୫%।

Comments are closed.