Latest Odisha News

BREAKING NEWS

ସାଥୀ ଖେଳାଳିଙ୍କ ଉପରକୁ ଛେପ ପକାଇ ବାସନ୍ଦ ହେଲେ ମାର୍କସ

ବର୍ଲିନ: ପଡିଆରେ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିବା ବୋରୁସିଆ ମୋନସେନଗ୍ଲାବାଖରର ଫୁଟବଲ ଖେଳାଳିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । କରୋନା କାଳରେ ମାର୍କସ ଥୁରମ ସାଥୀ ଖେଳାଳିଙ୍କ ଉପରକୁ ଛେପ ପକାଇ ୫ଟି ମ୍ୟାଚରୁ ବାସନ୍ଦ ହେବା ସହ ୫୦ ହଜାର ଡଲାର ଜରିମାନା ଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ଜର୍ମାନୀ ଫୁଟବଲ ମହାସଂଘ ଏହି ଦଣ୍ଡାଦେଶ ଦେଇଛି ।

ବୁନ୍ଦେସ ଲିଗା ଫୁଟବଲ ମ୍ୟାଚରେ ବୋରୁସିଆ ମୋନସେନଗ୍ଲାବାଖର ଷ୍ଟ୍ରାଇକର ମାର୍କସ ହୋପେନହିମ୍ ଟିମର ଷ୍ଟିଫେନ ପୋଶଙ୍କ ମୁହଁ ଉପରକୁ ଛେପ ପକାଇଥିଲେ । ରେଫରି ଭିଡିଓ ରିପ୍ଲେ ପରେ ତାଙ୍କୁ ପଡିଆରୁ ବାହାର କରିଦେଇଥିଲେ । ହୋଫେନହିମ ଏହି ମୁକାବିଳାରେ ୨-୧ରେ ବିଜୟୀ ହୋଇଥିଲା । ମାର୍କସ ପରେ ତାଙ୍କ ବ୍ୟବହାର ନେଇ ସମସ୍ତଙ୍କୁ କ୍ଷମା ମାଗିଛନ୍ତି ।

Leave A Reply

Your email address will not be published.