Latest Odisha News

BREAKING NEWS

ଅକ୍ଟୋବରରେ ଜିଓ ଓଡ଼ିଶାରେ ଗ୍ରାହକ ସଂଖ୍ୟାରେ ବୃଦ୍ଧି କରିଛି: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ରିଲାଏନ୍ସ ଜିଓ ଓଡିଶା ଟେଲିକମ୍ ବଜାରରେ ଅକ୍ଟୋବର ମାସରେ ଏକମାତ୍ର ମୋବାଇଲ ସେବା ଯୋଗାଣକାରୀ ଭାବେ ରାଜ୍ୟରେ ଏହାର ଗ୍ରାହକ ସଂଖ୍ୟା ବୃଦ୍ଧି କରିଛି।

ଏହା ବ୍ୟତୀତ ଭାରତୀ ଏୟାରଟେଲ୍‌, ଭୋଡାଫୋନ୍ ଆଇଡିଆ ଓ ବିଏସ୍‌ଏନ୍‌ଏଲ୍ ଭଳି ଅନ୍ୟ ଅପରେଟର ମାନଙ୍କ ଗ୍ରାହକ ସଂଖ୍ୟା ହ୍ରାସ ହୋଇଥିବା ଭାରତର ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ)ର ସଦ୍ୟ ପ୍ରକାଶିତ ତଥ୍ୟରୁ ଜଣାପଡିଛି ।

ଟ୍ରାଇ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ୨୦୨୦ ଅକ୍ଟୋବର ମାସରେ ଓଡ଼ିଶାରେ ୭୨,୦୦୦ରୁ ଉର୍ଦ୍ଧ୍ୱ ଗ୍ରାହକ ଯୋଗ କରିଥିବାବେଳେ ଏହି ସମୟରେ ଭାରତୀ ଏୟାରଟେଲ ରାଜ୍ୟରେ ୭୫୦୦ରୁ ଅଧିକ ଗ୍ରାହକ ହରାଇଛି ଏବଂ ଭୋଡାଫୋନ ଆଇଡିଆ ୨୧,୦୦୦ରୁ ଅଧିକ ଗ୍ରାହକ ହରାଇଛି।

ସେହିଭଳି ଏହି ସମୟରେ ବିଏସଏନଏଲ ମଧ୍ୟ ଓଡ଼ିଶାରେ ୩୦,୦୦୦ରୁ ଅଧିକ ଗ୍ରାହକ ହରାଇଛି । ଅକ୍ଟୋବର ମାସରେ ରାଜ୍ୟରେ ମାତ୍ର ଦଶ ହଜାର ନୂଆ ମୋବାଇଲ୍ ଉପଭୋକ୍ତା ଯୋଡିହୋଇଥିବାବେଳେ ୨୦୨୦ ଅକ୍ଟୋବର ୩୧ସୁଦ୍ଧା ଓଡ଼ିଶାରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୩.୩୩ କୋଟି ରହିଥିବା ଟ୍ରାଇ ପ୍ରକାଶ କରିଛି ।

ଏଥିସହିତ ଓଡ଼ିଶାର ମୋବାଇଲ ଗ୍ରାହକ ବଜାରରେ ଜିଓର ସଂପ୍ରତି ୪୦.୫ ପ୍ରତିଶତରୁ ଅଧିକ ବଜାର ଅଂଶ ରହିଛି ଏବଂ ଏହାର ମୋଟ ଗ୍ରାହକ ସଂଖ୍ୟା ୧.୩୫ କୋଟି ରହିଛି । ନିକଟତମ ପ୍ରତିଦ୍ୱନ୍ଦୀ ଏୟାରଟେଲର ଗ୍ରାହକ ବଜାର ଅଂଶ ୩୨ ପ୍ରତିଶତ ରହିଛି । ଦୂରସଂଚାର କ୍ଷେତ୍ରରେ ଦେଶର ତିନିଟି ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ, ଯେଉଁଠି ଜିଓର ଗ୍ରାହକ ବଜାର ଅଂଶ ୪୦ ପ୍ରତିଶତରୁ ଅଧିକ ରହିଛି ।

ଟ୍ରାଇ ପକ୍ଷରୁ ନିକଟରେ ପ୍ରକାଶିତ ଆର୍ଥିକ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଟେଲିକମ୍‍ କ୍ଷେତ୍ରର ମୋଟ ରାଜସ୍ୱରେ ଜିଓର ବଜାର ଅଂଶ ୫୦ ପ୍ରତିଶତରୁ ଅଧିକ ରହିଛି ଏବଂ ତତ୍‍ସହିତ ଓଡ଼ିଶାରେ ଉଭୟ ଗ୍ରାହକ ଓ ରାଜସ୍ୱ ବଜାର ଅଂଶ ଦୃଷ୍ଟିରୁ ଜିଓ ୧ ନମ୍ବର ସ୍ଥାନରେ ରହିଛି।

ରିଲାଏନ୍ସ ଜିଓ ଏହାର ଜିଓଫାଇବର ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍‍ ସେବା ଭୁବନେଶ୍ୱର, କଟକ, ପୁରୀ, ଜଟଣି, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡା, ବ୍ରଜରାଜନଗର, ବେଲପାହାଡ, ସୁନ୍ଦରଗଡ, ବଲାଙ୍ଗୀର, କେନ୍ଦୁଝର, ଭବାନୀପାଟଣା, କୋରାପୁଟ, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ରୋଡ, ଭଦ୍ରକ, ତାଳଚେର ସମେତ ଓଡ଼ିଶାର ୨୧ଟି ପ୍ରମୁଖ ସହର ଓ ନଗରର ପ୍ରମୁଖ ଅଂଚଳରେ ପ୍ରଚଳନ କରିସାରିଥିବା ବେଳେ ରାଜ୍ୟର ଅନ୍ୟ ପ୍ରମୁଖ ସହର ଓ ନଗରଗୁଡିକୁ ଦ୍ରୁତ ସଂପ୍ରସାରଣ କରୁଛି ।

Leave A Reply

Your email address will not be published.