ଭୁବନେଶ୍ୱର: ସାରା ରାଜ୍ୟରେ ସରକାର ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି। ଯାହାକୁ ଦୃଷ୍ଟିରେ ରଖି ଆଜି ରାତି ୮ଟା ପରେ ‘ମୋ ବସ୍’ ସେବାକୁ ସ୍ଥଗିତ କରାଯାଇଛି।
ଏନେଇ କ୍ରୁଟ୍ ପକ୍ଷରୁ ଟ୍ବିଟ୍ କରି ସୂଚନା ମିଳିଛି।
📢 Notice- #MoBus🚌 service will be available till 8 PM today.#NightCurfew
— Capital Region Urban Transport (@CRUT_BBSR) December 31, 2020
ଆଜି ରାତି ୧୦ଟାରୁ ରାଜ୍ୟରେ ଲାଗିବ ନାଇଟ୍ କର୍ଫ୍ୟୁ । ଆସନ୍ତାକାଲି ସକାଳ ୫ଟା ଯାଏ ବଳବତ୍ତର ରହିବ । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସହଯୋଗ କରିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି ଏସଆରସି ପ୍ରଦୀପ ଜେନା । ତେବେ ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଅନୁମତି ଦିଆଯାଇଛି ।
ଡିସେମ୍ବର ୩୧ ଓ ଜାନୁଆରୀ ୧ତାରିଖରେ ସର୍ବସାଧାରଣ ସ୍ଥାନରେ ଲୋକଙ୍କ ଭିଡ଼ ଉପରେ କଟକଣା ଜାରି ହୋଇଛି ।
ହୋଟେଲ୍, ରେଷ୍ଟୁରାଣ୍ଟ, କ୍ଲବ, ପାର୍କରେ ଜନସମାଗମକୁ ମନା କରାଯାଇଛି । କନଭେନସନ୍ ହଲ୍ ଓ କଲ୍ୟାଣ ମଣ୍ଡପରେ ଲୋକଙ୍କର ଗହଳି ହୋଇ ପାରିବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ ସରକାର ।