Latest Odisha News

BREAKING NEWS

୫୦ ବର୍ଷରେ ପୁନର୍ବାର ବାପା ହେଲେ ମନୋଜ ତିୱାରୀ

ନୂଆଦିଲ୍ଲୀ: ଅଭିନେତା ତଥା ବିଜେପି ଦଳର ପ୍ରମୁଖ ନେତା ମନୋଜ ତିୱାରୀ ଗୁରୁବାର କନ୍ୟା ସନ୍ତାନର ବାପା ହୋଇଛନ୍ତି । ସୋସିଆଲ ସାଇଟରେ ଏ ନେଇ ମନୋଜ ସୂଚନା ଦେଇଛନ୍ତି । ଏହା ତାଙ୍କର ଦ୍ୱିତୀୟ କନ୍ୟା ସନ୍ତାନ । ପୂର୍ବରୁ ପ୍ରଥମ ସ୍ତ୍ରୀ ରାନୀଙ୍କ ତରଫରୁ ଜିୟା ନାମକ ସନ୍ତାନ ରହିଛି । ରାନୀ ଓ ମନୋଜଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି । ମନୋଜ କିନ୍ତୁ ତାଙ୍କ ଝିଅ ଜିୟାର ସମ୍ପୂର୍ଣ୍ଣ ଦାୟିତ୍ୱ ତୁଲାଇଥାନ୍ତି । ଏବେ ବି ବାପା ଓ ଝିଅଙ୍କ ମଧ୍ୟରେ ସମ୍ପର୍କ ଅତୁଟ ରହିଛି ।

ଶ୍ୱେତା ତିୱାରୀଙ୍କ ସହ ତାଙ୍କ ସମ୍ପର୍କ ଘନିଷ୍ଠ ହେବା ପରେ ରାନୀ ନିଜକୁ ଦୂରେଇ ନେଇଥିଲେ । ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ଜଣେ ଲୋକପ୍ରିୟ ଅଭିନେତା । ୨୦୧୩ ବିଜେପିରେ ଯୋଗ ଦେଇଥିଲେ । ବିଭିନ୍ନ ମହଲରୁ ମନୋଜ ତିୱାରୀଙ୍କ ପତି ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Leave A Reply

Your email address will not be published.