Latest Odisha News

BREAKING NEWS

ପୂର୍ବତଟ ରେଳପଥରୁ ଗଡିବ ୬ ଯୋଡ଼ା ଅତିରିକ୍ତ ବିଶେଷ ଟ୍ରେନ୍

ଭୁବନେଶ୍ୱର: ପୂର୍ବତଟ ରେଳପଥ ମଧ୍ୟରୁ ୬ ଯୋଡ଼ା ଅତିରିକ୍ତ ବିଶେଷ ଟ୍ରେନ ଚଳାଚଳ କରିବ। ଏହି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ୨୦୨୧ ମସିହା ଜାନୁଆରି ଦ୍ୱିତୀୟ ସପ୍ତାହରୁ ଚଳାଚଳ କରିବ।

ଭୁବନେଶ୍ୱରରୁ ପୁଣେ ଏବଂ ତିରୁପତି, ବିଶାଖାପାଟନମରୁ ସାଇନଗର ସିରିଡ଼ି, କୋଲାମ ଏବଂ ଚେନ୍ନାଇ ଆଡକୁ ଏହି ସ୍ୱତନ୍ତ୍ର ଟ୍ରେନ୍ ଗଡିବ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ବିଶେଷ ଟ୍ରେନ ଗୁଡିକ ଚଳାଚଳ କରିବ ବୋଲି ରେଳବାଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୦୧. ଭୁବନେଶ୍ୱର-ପୁନେ-ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ (୦୨୮୮୨/୦୨୮୮୧)

୦୨୮୮୨/୦୨୮୮୧ ଭୁବନେଶ୍ୱର-ପୁନେ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ ୧୨ ଜାନୁଆରୀ ଠାରୁ ପ୍ରତ୍ୟେକ ମଙ୍ଗଳବାର ଦିନ ରାତ୍ର ୯ଘ.୩୦ମି.ରେ ଏବଂ ପୁନେରୁ ୧୪ ଜାନୁୟାରୀ, ୨୦୨୧ ଠାରୁ ପ୍ରତ୍ୟେକ ଗୁରୁବାର ଦିନ ପୂର୍ବାହ୍ନ ୧୧ଘ.୧୫ମି.ରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।

୦୨. ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ବିଶେଷ ଟ୍ରେନ (୦୨୦୭୧/୦୨୦୭୨)

୦୨୦୭୧/୦୨୦୭୨ ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ ୧୦ ଜାନୁଆରୀ ଠାରୁ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ ୧୨ଘ.୧୦ମି. ରେ ଛାଡିବାକୁ ଥିବାବେଳେ ତିରୁପତିରୁ ୧୧ ଜାନୁୟାରୀ, ୨୦୧୧ ଠାରୁ ପ୍ରତ୍ୟକ ସୋମବାର ଦିନ ପୂର୍ବାହ୍ନ ୧୦ଘ.୨୫ମି. ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।

୦୩. ବିଶାଖାପାଟନମ୍-ସାଇ ନାଗର ସିରିଡ଼ି-ବିଶାଖାପାଟନମ୍ ସ୍ପେଶାଲ୍ ଟ୍ରେନ (୦୮୫୦୩/୦୮୫୦୪)

୦୮୫୦୩/୦୮୫୦୪ ବିଶାଖାପାଟନମ୍-ସାଇ ନାଗର ସିରିଡ଼ି-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍ ବିଶାଖାପାଟନମରୁ ୧୪ ଜାନୁଆରୀ ଠାରୁ ପ୍ରତ୍ୟେକ ଗୁରୁବାର ଦିନ ପୂର୍ବାହ୍ନ ୦୮ଘ.୨୦ମି.ରେ ଛାଡିବ ଏବଂ ୧୫ ଜାନୁଆରୀ, ୨୦୨୧ ଠାରୁ ସାଇ ନାଗର ସିରିଡ଼ିରୁ ପ୍ରତ୍ୟେକ ଶୁକ୍ରବାର ଦିନ ସନ୍ଧ୍ୟା ୭ଘ.୩୫ମି.ରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।

୦୪. ବିଶାଖାପାଟନମ୍-କୋଲାମ-ବିଶାଖାପାଟନମ୍ ବିଶେଷ ଟ୍ରେନ (୦୮୫୬୭/୦୮୫୬୮)

୦୮୫୬୭/୦୮୫୬୮ ବିଶାଖାପାଟନମ୍-କୋଲାମ-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍ ୧୪ ଜାନୁଆରୀ ଠାରୁ ବିଶାଖାପାଟନମରୁ ପ୍ରତ୍ୟେକ ଗୁରୁବାର ଦିନ ସକାଳ ୦୭ଘ.୨୫ମି. ରେ ଛାଡିବ ଏବଂ ୧୫ ଜାନୁଆରୀ, ୨୦୨୧ ଠାରୁ କୋଲାମରୁ ପ୍ରତ୍ୟେକ ଶୁକ୍ରବାର ଦିନ ସନ୍ଧ୍ୟା ୭ଘ.୩୫ମି.ରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।

୦୫. ବିଶାଖାପାଟନମ୍-ଚେନ୍ନାଇ ସେଣ୍ଟ୍ରାଲ୍-ବିଶାଖାପାଟନମ୍ ସ୍ପେଶାଲ୍ ଟ୍ରେନ (୦୨୦୦୭/୦୨୦୦୮)

୦୨୦୦୭/୦୨୦୦୮ ବିଶାଖାପାଟନମରୁ ବିଶାଖାପାଟନମ୍-ଚେନ୍ନାଇ ସେଣ୍ଟ୍ରାଲ୍-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍ ୧୫ ଜାନୁଆରୀ ଠାରୁ ପ୍ରତ୍ୟେକ ଶୁକ୍ରବାର ଦିନ ସନ୍ଧ୍ୟା ୭ ଘ.୦୫ମି. ରେ ଛାଡିବ ଏବଂ ଚେନ୍ନାଇ ସେଣ୍ଟ୍ରାଲରୁ ୧୬ ଜାନୁଆରୀ, ୨୦୨୧ ଠାରୁ ପ୍ରତ୍ୟେକ ଶନିବାର ଦିନ ପୂର୍ବାହ୍ନ ୧୦ ଘଟିକାରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।

୦୬. ସମ୍ବଲପୁର-ଜାମ୍ମୁ ତାୱି-ସମ୍ବଲପୁର ସ୍ପେଶାଲ୍ ଟ୍ରେନ (୦୮୩୦୯/୦୮୩୧୦)

୦୮୩୦୯/୦୮୩୧୦ ସମ୍ବଲପୁର-ଜାମ୍ମୁ ତାୱି-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍ ସମ୍ବଲପୁରରୁ ୧୧ ଜାନୁଆରୀ ଠାରୁ ପ୍ରତ୍ୟେକ ସୋମବାର, ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିନ ପୂର୍ବାହ୍ନ ୧୧ ଘଟୀକାରେ ଛାଡିବ ଏବଂ ୧୪ ଜାନୁୟାରୀ ୨୦୨୧ ଠାରୁ ଜାମ୍ମୁ ତାୱିରୁ ପ୍ରତ୍ୟେକ ଗୁରୁବାର, ଶୁକ୍ରବାର, ରବିବାର ଏବଂ ମଙ୍ଗଳବାର ଦିନ ଅପରାହ୍ନ ୨ଘ.୪୫ମି.ରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।

Leave A Reply

Your email address will not be published.