ଭୁବନେଶ୍ୱର-ଆସନ୍ତା ଜାନୁଆରି ୨ ତାରିଖରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ଟିକାକରଣର ଡ୍ରାଏ ରନ୍ ବା ପୂର୍ବାଭ୍ୟାସ କରାଯିବ । କେମିତି ସୁରୁଖୁରୁରେ ଲୋକଙ୍କୁ କରୋନା ଟିକା ଦିଆଯିବ ଏହି ଡ୍ରାଏ ରନ୍ରେ ତାର ଅଭ୍ୟାସ କରାଯିବ ।
କରୋନା ଟିକାକରଣକୁ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ତରଫରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ ସହିତ ଏକ ଭିଡିଓ କନ୍ଫରେନ୍ସିଂ କରାଯାଇଥିଲା । ଏହି ଆଲୋଚନା ଅନୁସାରେ ସବୁ ରାଜ୍ୟର ରାଜଧାନୀରେ ଆସନ୍ତା ଜାନୁଆରି ୨ରେ କରୋନା ଟିକାକରଣର ଡ୍ରାଏ ରନ୍ କରିବାକୁ ନିଷ୍ପତ୍ତି ନିଆ ଯାଇଛି ।
ଓଡିଶାର ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସହିତ ସବୁ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ କୋଟିଭ ଟିକାକରଣର ଆଇଟି ପ୍ଲାଟଫର୍ମ ଉପଲବ୍ଧ କରିବାକୁ ଓଡିଶା ସରକାର କେନ୍ଦ୍ର ଗୃହମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି ।
କରୋନା ଟିକାକରଣର ଡ୍ରାଏ ରନ୍ ପାଇଁ ରାଜଧାନୀର କ୍ୟାପିଚାଲ ହସ୍ପିଟାଲ ସହିତ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କରୋନା ଟିକାକରଣ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି ।
କରୋନା ଟିକାକରଣର ଡ୍ରାଏ ରନ୍ରେ Co-Win ପୋର୍ଟାଲ ବ୍ୟବହାର କରାଯିବ । ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ୨୫ଜଣ ଲେଖାଏଁ ହିତାଧିକାରୀଙ୍କୁ ଡ୍ରାଏ ରନ୍ ପାଇଁ ଏହି ପୋର୍ଟାଲରେ ନାଁ ପଂଜିକରଣ କରାଯିବ । ପ୍ରତି ଟିକାକରଣ କେନ୍ଦ୍ରରେ ଏକ ୫ ଜଣିଆ ଟିମ୍ ନିୟୋଜିତ ହେବେ । ଟିକାକରଣର ଏହି ଡ୍ରାଏ ରନ୍ ସମୟରେ ମଧ୍ୟ ସମସ୍ତ କୋଭିଡ ଗାଇଡ ଲାଇନ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ଆଗରୁ ଦେଶର ୪ଟି ରାଜ୍ୟ ଆସାମ, ଆନ୍ଧ୍ର ପ୍ରଦେଶ, ଗୁଜରାଟ ଓ ପଂଜାବରେ କରୋନା ଟିକାକରଣର ଡ୍ରାଏ ରନ୍ କରାଯାଇଥିଲା
BREAKING NEWS
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
- ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩

Comments are closed.