ଭୁବନେଶ୍ୱର-ଆସନ୍ତା ଜାନୁଆରି ୨ ତାରିଖରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ଟିକାକରଣର ଡ୍ରାଏ ରନ୍ ବା ପୂର୍ବାଭ୍ୟାସ କରାଯିବ । କେମିତି ସୁରୁଖୁରୁରେ ଲୋକଙ୍କୁ କରୋନା ଟିକା ଦିଆଯିବ ଏହି ଡ୍ରାଏ ରନ୍ରେ ତାର ଅଭ୍ୟାସ କରାଯିବ ।
କରୋନା ଟିକାକରଣକୁ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ତରଫରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ ସହିତ ଏକ ଭିଡିଓ କନ୍ଫରେନ୍ସିଂ କରାଯାଇଥିଲା । ଏହି ଆଲୋଚନା ଅନୁସାରେ ସବୁ ରାଜ୍ୟର ରାଜଧାନୀରେ ଆସନ୍ତା ଜାନୁଆରି ୨ରେ କରୋନା ଟିକାକରଣର ଡ୍ରାଏ ରନ୍ କରିବାକୁ ନିଷ୍ପତ୍ତି ନିଆ ଯାଇଛି ।
ଓଡିଶାର ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସହିତ ସବୁ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ କୋଟିଭ ଟିକାକରଣର ଆଇଟି ପ୍ଲାଟଫର୍ମ ଉପଲବ୍ଧ କରିବାକୁ ଓଡିଶା ସରକାର କେନ୍ଦ୍ର ଗୃହମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି ।
କରୋନା ଟିକାକରଣର ଡ୍ରାଏ ରନ୍ ପାଇଁ ରାଜଧାନୀର କ୍ୟାପିଚାଲ ହସ୍ପିଟାଲ ସହିତ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କରୋନା ଟିକାକରଣ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି ।
କରୋନା ଟିକାକରଣର ଡ୍ରାଏ ରନ୍ରେ Co-Win ପୋର୍ଟାଲ ବ୍ୟବହାର କରାଯିବ । ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ୨୫ଜଣ ଲେଖାଏଁ ହିତାଧିକାରୀଙ୍କୁ ଡ୍ରାଏ ରନ୍ ପାଇଁ ଏହି ପୋର୍ଟାଲରେ ନାଁ ପଂଜିକରଣ କରାଯିବ । ପ୍ରତି ଟିକାକରଣ କେନ୍ଦ୍ରରେ ଏକ ୫ ଜଣିଆ ଟିମ୍ ନିୟୋଜିତ ହେବେ । ଟିକାକରଣର ଏହି ଡ୍ରାଏ ରନ୍ ସମୟରେ ମଧ୍ୟ ସମସ୍ତ କୋଭିଡ ଗାଇଡ ଲାଇନ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ଆଗରୁ ଦେଶର ୪ଟି ରାଜ୍ୟ ଆସାମ, ଆନ୍ଧ୍ର ପ୍ରଦେଶ, ଗୁଜରାଟ ଓ ପଂଜାବରେ କରୋନା ଟିକାକରଣର ଡ୍ରାଏ ରନ୍ କରାଯାଇଥିଲା
BREAKING NEWS
- ଅନଲାଇନ୍ ଟ୍ୟାକ୍ସି ଚାଳକ ଓ ପୋଲିସ ମୁହାଁମୁହିଁ ଘଟଣା: ହିଂସାତ୍ମକ କାର୍ଯ୍ୟକଳାପକୁ ନିନ୍ଦା କଲା ବିଜେଡି, ପାଲଟା ଜବାବ ଦେଲା ବିଜେପି
- SBI ଆକାଉଣ୍ଟ ଧାରକଙ୍କୁ ବଡ଼ ଝଟକା, ବାରମ୍ବାର ଜମା ଖାତାରୁ ଟଙ୍କା ଉଠାଇଲେ ପଡ଼ିବ ଅଲଗା ଦେୟ, ଜାଣନ୍ତୁ କଣ ରହିଛି ନୂଆ ନିୟମ
- କିମ୍ସ ଡାକ୍ତରଙ୍କ ସଫଳତା: ୧୦ମାସର ଶିଶୁ ଖାଦ୍ୟନଳୀରୁ ବାହାରିଲା ଧାତବ ପିନ୍
- ଆୟ ବହିର୍ଭୂତ ସମ୍ପତ୍ତି ନେଇ ତହସିଲଦାର ଘରେ ଭିଜିଲାନ୍ସ, ନଗଦ ୫ ଲକ୍ଷ ଟଙ୍କା ଜବତ
- Flood Affected:ଆସନ୍ତାକାଲି ଏହି ଜିଲ୍ଲାର ୨୦୫ ସ୍କୁଲ ଛୁଟି ଘୋଷଣା;୨୬୫ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ…
- ବଢ଼ିଲା ଜେଲ୍ କର୍ମଚାରୀ ଓ ଅଧିକାରୀମାନଙ୍କ ବାର୍ଷିକ ପୋଷାକ ଭତ୍ତା
- Sundargarh Accident:ବିଜୁ ଏକ୍ସପ୍ରେସ ୱେରେ ଛାତିଥରା ଦୁର୍ଘଟଣା;ଟ୍ରଲର ଚକା ତଳେ ଚାଲିଗଲା ମହିଳାଙ୍କ ସମେତ ୨ ଶିଶୁଙ୍କ ଜୀବନ
- Brown Sugar Seized:୪.୯୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
- ‘ବନ୍ଦେ ମାତରମ୍’ର ଦୁଇଟି ଅନ୍ତରା ଗାଇବା ନେଇ CWC ନିଷ୍ପତ୍ତି ପରେ ବର୍ଷିଲେ ଅମିତ୍ ଶାହ, କହିଲେ- ବିଭାଜନ ତ୍ରୁଟି ଦୋହରାଉଛି କଂଗ୍ରେସ
- National Lok Adalat:ଏହି ଦିନ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ

Comments are closed.