Latest Odisha News

BREAKING NEWS

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଅଧିକାରୀ

ରାଉରକେଲା: ସୁନ୍ଦରଗଡ଼ ମୁନିସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ମିଶ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ, ଝାରସୁଗୁଡ଼ା ଟାଉନର ମଙ୍ଗଳା ବଜାରର ଶେଖ ସହିଦ ହକଙ୍କ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ସମ୍ପୃକ୍ତ ଅଧିକାରୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ।

ଅଭିଯୋଗକାରୀଙ୍କ କହିବାନୁସାରେ, ମୁନିସିପାଲଟି କର୍ମଚାରୀଙ୍କୁ ଡ୍ରେସ୍ ସପ୍ଲାଏ ଜନିତ ବିଲ୍ ପାସ୍ କରାଇ ଦେବାକୁ ସେ ତାଙ୍କୁ ୧ ଲକ୍ଷ ୭୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯାହା ପରେ ଶେଖ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ । ପରେ ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ରାଉରକେଲା ଡିଭିଜନର ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା ।

Leave A Reply

Your email address will not be published.