Latest Odisha News

୨୦୨୧ରେ ବ୍ୟସ୍ତ ରହିବ ଭାରତୀୟ କ୍ରିକେଟ ଦଳ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ୨୦୨୦ର ଅନେକ କ୍ରିକେଟ ପ୍ରତିଯୋଗିତା ଆୟୋଜିତ ହୋଇପାରି ନ ଥିଲା । ଘରେ ବସି ବସି ସମୟ କାଟିଥିବା ଟିମ୍ ଇଣ୍ଡିଆକୁ କିନ୍ତୁ ଅପେକ୍ଷା କରିଛି ୨୦୨୧ର ବ୍ୟସ୍ତବହୂଳ କାର୍ଯ୍ୟସୂଚୀ । ବିିସିସିଆଇ ପକ୍ଷରୁ ଅଫିସିଆଲ ଭାବେ କାର୍ଯ୍ୟସୂଚୀ ଜାରି କରାଯାଇ ନ ଥିଲେ ମଧ୍ୟ ଚଳିତ ବର୍ଷ ୧୪ ଟେଷ୍ଟ, ୧୬ ଦିନିକିଆ ଓ ୨୩ ଟି୨୦ ଆନ୍ତର୍ଜାତୀୟ ମୁକାବିଲାରେ ଅଂଶଗ୍ରହଣ କରିବ ।
ଅଷ୍ଟ୍ରେଲିଆ ଗସ୍ତ: ଗତ ବର୍ଷ ଡିସେମ୍ବରରୁ ଆରମ୍ଭ ହୋଇଥିବା ଏହି ଗସ୍ତର ବାକି ତମ ମ୍ୟାଚ ଚଳିତ ବର୍ଷ ଖେଳାଯିବ । ୧-୧ରେ ଟେଷ୍ଟ ସିରିଜ ଡ୍ର ରହିଥିବା ବେଳେ ୭ ଏବଂ ୧୧ରେ ବାକି ୨ଟି ଟେଷ୍ଟ ଖେଳାଯିବ ।
ଇଂଲଣ୍ଡର ଭାରତ ଗସ୍ତ: ଫେବୃୟାରୀ-ମାର୍ଚ୍ଚରେ ଇଂଲଣ୍ଡ ଟିମ୍ ଭାରତ ଗସ୍ତରେ ଆସିବ । ଏହି ଗସ୍ତରେ ଇଂଲଣ୍ଡ ୪ ଟେଷ୍ଟ ଖେଳିବ । ଫେବୃୟାରୀ ୫ରୁ ପ୍ରଥମ, ୧୩ରୁ ଦ୍ୱିତୀୟ, ୨୪ରୁ ତୃତୀୟ ଓ ୪ ମାର୍ଚ୍ଚରୁ ୪ର୍ଥ ଟେଷ୍ଟ ଖୋଯିବ । ୫ଟି୨୦( ମାର୍ଚ୍ଚ ୧୨, ୧୪, ୧୬, ୧୮, ୨୦) ଓ ୩ ଦିନିକିଆ ମ୍ୟାଚ( ମାର୍ଚ୍ଚ ୨୩, ୨୬ ଓ ୨୮) ଖେଳିବ ।

ଆଇପିଏଲ ୨୦୨୧: ଏପ୍ରିଲରୁ ମେ ମାସ ମଧ୍ୟରେ ଆଇପିଏଲ ୨୦୨୧ ଆୟୋଜିତ ହେବ ।
ଭାରତର ଶ୍ରୀଲଙ୍କା ଗସ୍ତ: ଜୁନ-ଜୁଲାଇ ମଧ୍ୟରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ଯିବ । ସେଠାରେ ୩ ଦିନିକିଆ ଓ ୫ ଟି୨୦ ମ୍ୟାଚ ଖେଳାଯିବ । ସିରିଜ ଶେଷ ହେବା ପରେ ସେଠାରେ ଏସିଆ କପ ମଧ୍ୟ ଖେଳିବ ।
ଭାରତର ଜିମ୍ବାୱେ ଗସ୍ତ: ଜୁଲାଇରେ ଭାରତୀୟ ଟିମ୍ ଜିମ୍ବାୱେ ଗସ୍ତରେ ଯିବ । ଏହି ସିରିଜ ୨୦୨୦ରେ ହେବାର ଥିଲା କରୋନା ଯୋଗୁ ଏହାକୁ ଘଂଚାଇ ଦିଆଯାଇଛି ।
ଇଂଲଣ୍ଡ ଗସ୍ତ: ଅଗଷ୍ଟ-ସେପ୍ଟମ୍ବର ମଧ୍ୟରେ ଭାରତ ଇଂଲଣ୍ଡ ଗସ୍ତରେ ଯିବ । ସେଠାରେ ୫ଟି ଟେଷ୍ଟ ମ୍ୟାଚ ଖେଳାଯିବ ।
ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତ: ଦକ୍ଷିଣ ଆଫ୍ରିକା ଅକ୍ଟୋବରରେ ଭାରତ ଗସ୍ତରେ ଆସିବ ।
ଆଇସିସି ଟି୨୦ ବିଶ୍ୱକପ ଆୟୋଜନ: ଭାରତ ଏହି ମେଗା ଟୁର୍ଣ୍ଣାମେଂଟ ଆୟୋଜନ କରିବ । ୨୦୦୭ରେ ଚାମ୍ପିୟନ ହୋଇଥିବା ଭାରତ ଏଥର ଘରୋଇ ପରିବେଶର ଫାଇଦା ଉଠାଇବା ଲକ୍ଷ୍ୟରେ ରହିବ ।
ନ୍ୟୁଜିଲାଣ୍ଡର ଭାରତ ଗସ୍ତ: ନଭେମ୍ବର-ଡିସେମ୍ବରରେ ନ୍ୟୁଜିଲାଣ୍ଡ ଭାରତ ଗସ୍ତରେ ଆସିବ । ୨ ଟେଷ୍ଟ, ୩ ଟି୨୦ ଖେଳାଯିବ ।
ଦକ୍ଷିଣ ଆଫ୍ରିକା ଗସ୍ତ: ଭାରତୀୟ ଟିମ୍ ବର୍ଷର ଶେଷ ଭାଗରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ । ସେଠାରେ ୩ ଟେଷ୍ଟ, ୩ ଟି୨୦ ଖେଳାଯିବ ।

Comments are closed.