Latest Odisha News

BREAKING NEWS

IIM ସମ୍ୱଲପୁର ନିଜସ୍ୱ କ୍ୟାମ୍ପସ ପାଇଁ ଆଜି ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ସମ୍ବଲପୁର:  IIM ସମ୍ବଲପୁରର ନିଜସ୍ୱ କ୍ୟାମ୍ପସ ପାଇଁ ଆଜି ଶିଳାନ୍ୟାସ କରାଯିବ । ଆଉ କିଛି ସମୟ ପରେ (ସକାଳ ୧୦ଟା) ଭର୍ଚୁଆଲରେ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍‌ ପ୍ରମୁଖ ସାମିଲ ହେବେ ।

ଗୋଶାଳା ନିକଟସ୍ଥ ବସନ୍ତପୁରରେ ଆଇଆଇଏମର ନିଜସ୍ୱ କ୍ୟାମ୍ପସ ତିଆରି ହେବ । ଏଥିପାଇଁ ୨୦୦ ଏକର ଜମି ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ଆସନ୍ତା ୨୦୨୨, ଏପ୍ରିଲ ସୁଦ୍ଧା ଆଇଆଇଏମ୍ କ୍ୟାମ୍ପସର ର୍ନିମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ଆଇଆଇଏମ୍ ସମ୍ୱଲପୁର ବୁର୍ଲା ଜ୍ୟୋତି ବିହାର ୟୁନିଭର୍ସିଟି ସ୍ଥିତ ଅସ୍ଥାୟୀ କ୍ୟାମ୍ପସରେ ଚାଲୁଛି ।

Comments are closed.