Latest Odisha News

BREAKING NEWS

କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୁରିଲା ୧୫ ବର୍ଷ

ଯାଜପୁର : କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ବିତିଛି ୧୫ ବର୍ଷ । ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ପାଚେରୀ ନିର୍ମାଣକୁ ବିରୋଧ କରି ୨୦୦୦୬ ମସିହାରେ ଜାନୁଆରୀ ୨ ତାରିଖ ଦିନ ପୋଲିସ ଓ ଆଦିବାସୀ ଙ୍କ ମଧ୍ୟରେ ହୋଇଥିଲା ସଙ୍ଘର୍ଷ । ଏଥିରେ ୧୩ ଜଣ ନିରିହ ଆଦିବାସୀଙ୍କ ର ମୃତ୍ୟୁ ହୋଇଥିଲା ।

ତେବେ ସେହି ଅଭୂଲା ଦିନକୁ ମନେ ରଖିବା ପାଇଁ ପ୍ରତି ବର୍ଷ ଜାନୁଆରୀ ୨ ତାରିଖକୁ ସହିଦ୍ ସ୍ମୃତି ଦିବସ ଭାବେ ପାଳନ କରନ୍ତି ଏଠାକାର ସ୍ଥାନୀୟ ଆଦିବାସୀ । ବିସ୍ଥାପିତ ବିରୋଧୀ ଜନମଞ୍ଚ ଏକ ବିରାଟ ଶୋଭାଯାତ୍ରା ରେ ଚମ୍ପାକୋଇଲଠାରୁ ବାହାରି ଆମ୍ବଗାଡ଼ିଆ ବୀରଭୂମି ପଡିଆ ଠାରେ ପହଞ୍ଚି ଥାନ୍ତି ।

ସେଠାରେ ଏକ ସାଧାରଣ ସମାବେଶ ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ କୋଭିଡ କଟକଣା କୁ ଆଖି ଆଗରେ ରଖି ଜନମଞ୍ଚ ପକ୍ଷରୁ ରାଲି ଓ ଆଦିବାସୀ ମାନଙ୍କ ପାରମ୍ପରିକ କାର୍ଯ୍ୟକ୍ରମ କୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇଛି ।

କୋଭିଡ ନିୟମ ଅନୁଯାୟୀ ସାଧାରଣ ସଭା ମାଧ୍ୟମରେ କାର୍ଯ୍ୟକ୍ରମ କୁ ପାଳନ କରିବା ପାଇଁ କଳିଙ୍ଗନଗର ବିସ୍ଥାପିତ ବିରୋଧୀ ଜନମଞ୍ଚ ପକ୍ଷରୁ କୁହାଯାଇଛି । ଅନ୍ୟପଟେ କଳିଙ୍ଗନଗର ଥାନା ପକ୍ଷରୁ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Leave A Reply

Your email address will not be published.