ନୂଆଦିଲ୍ଲୀ: ଦେଶରେ ଟିକାକରଣ ପୂର୍ବରୁ କରୋନା ଲଢ଼େଇରେ ଆସିଲା ଆଉ ଗୋଟିଏ ଖୁସି ଖବର । ଦେଶରେ କରୋନାରୁ ସୁସ୍ଥ ହେଲେଣି କୋଟିଏ ଆକ୍ରାନ୍ତ । ସୁସ୍ଥ ସଂଖ୍ୟା ଆଜି କୋଟିଏ ପାର କରିଛି । ବର୍ତ୍ତମାନ ସୁଦ୍ଧା ଦେଶରୁ ଆରୋଗ୍ୟ ଲାଭ କଲେଣି ୧କୋଟି ୧୬ହଜାର ୮୫୯ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୯ହଜାର ୫୮୭ ଜଣ । ଦେଶରେ ସୁସ୍ଥ ହାର ରହିଛି ୯୬.୩୬%। ଏବେ ଆକ୍ଟିଭ୍ କେସ୍ ୨ଲକ୍ଷ ୨୮ହଜାର ୮୩ଟି ରହିଛି ।
ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୦ହଜାର ୩୪୬ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ୧କୋଟି ୩ଲକ୍ଷ ୯୫ହଜାର୨୭୮କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟାରେ ମହାମାରୀ ନେଇଛି ଆଉ ୨୨୨ ଆକ୍ରାନ୍ତଙ୍କ ଜୀବନ । ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୦ହଜାର ୩୩୬ ଛୁଇଁଛି । ଦେଶରେ ମୃତ୍ୟୁହାର ୧.୪୫% ରହିଛି ।
BREAKING NEWS
- ଓଡ଼ିଆ ଯବାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
- ଭାରତର ଏହି ସ୍ୱଦେଶୀ ବ୍ରାଉଜର୍ କ୍ରୋମ୍-ଫାୟାରଫକ୍ସକୁ ଦେବ ଟକ୍କର
- ଓଡ଼ିଶାରେ କଇଁଛଙ୍କ ସଂଖ୍ୟା ୧୫.୧୧ ଲକ୍ଷ ଟପିଲା
- ଥାନା IIC ଙ୍କୁ ସଂଘବଦ୍ଧ ଆକ୍ରମଣ, ୨୦ ଅଟକ
- ବିରଜା ମନ୍ଦିର ଭିତରେ ପଶିଲେ ବିଦେଶୀ ନାଗରିକ
- ଏଣିକି ଲୁଣି ପାଣିରେ ବିଘଟିତ ହେବ ପ୍ଲାଷ୍ଟିକ!
- ଇରାନକୁ ଟ୍ରମ୍ପଙ୍କ ବୋମାମାଡ଼ ଧମକ
- ରାଜ୍ୟବ୍ୟାପୀ ଓଡିଶା ଦିବସ ପାଳିବ ବିଜେଡି
- ଧୋନିଙ୍କୁ କାହିଁକି ଏସବିଆଇ ଦିଏ ୬ କୋଟି ଟଙ୍କା? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ
- ଇଣ୍ଡିଗୋ ଉପରେ ୯୪୪ କୋଟି ଟଙ୍କାର ଜୋରିମାନା
Comments are closed.