Latest Odisha News

BREAKING NEWS

ପୁରୀରୁ ୨୦ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୨ ବେପାରୀ ଗିରଫ

ପୁରୀ: ଜଳେଶ୍ୱରରୁ ବ୍ରାଉନସୁଗର ନେଇ ପୁରୀ ଆସିଥିବା ବେଳେ ଧରିଲା ଅବକାରୀ ବିଭାଗ । ପୁରୀରୁ ଦୁଇ ଜଣ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଫାକରୁ ଜବତ ହୋଇଛି ୨୦୦ ଗ୍ରାମ ବ୍ରାଉନସୁଗର । ଜବତ ବ୍ରାୁନସୁଗରର ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ । ବକାରୀ ବିଭାଗ ଓ ମୋବାଇଲ ପାର୍ଟି ଚଢ଼ାଉ କରି ଜବତ କରିଛନ୍ତି ।

ଗିରଫ ଅଭିଯୁକ୍ତମାନେ ହେଲେ ପୁରୀ ସିଦ୍ଧ ମହାବୀରର ଶିବପ୍ରସାଦ ବେହେରା ଓ ରଘୁନାଥ ଦାସ । ଏମାନେ ଜଳେଶ୍ୱରରୁ ବ୍ରାଉନସୁଗର ନେଇ ଆସିଥିଲେ । ପୂର୍ବରୁ ସୂଚନା ପାଇଁ ଜଗି ରହିଥିଲା ପୋଲିସ । ଅଭିଯୁକ୍ତ ପୋଲିସକୁ ଦେଖି ଟ୍ରେନରୁ ଡେଇଁ ପଳାଉଥିଲେ । ତେବେ ସେମାନଙ୍କୁ କାବୁ କରିଥିଲା ପୋଲିସ ।

Leave A Reply

Your email address will not be published.