Latest Odisha News

ଭଦ୍ରକ ତିହିଡି ବଜାରରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ଭଦ୍ରକ: ବିଳମ୍ବିତ ରାତିରେ ଲାଗିଲା ନିଆଁ । ଭଦ୍ରକ ତିହିଡି ବଜାରରେ ଗତକାଲି ରାତିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଏଥିରେ ୧୦ରୁ ଅଧିକ ଦୋକାନ ଘର ଜଳି ପୋଡ଼ି ଛାରଖାର ହୋଇଛି । ପୋଡ଼ି ପାଉଁଶ ହୋଇଯାଇଛି ଲକ୍ଷାଧିକ ଟଙ୍କାର ଆସବାବପତ୍ର ।

ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ। ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଥିଲେ । ସେତେବେଳେକୁ ଦୋକାନ ଘର ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା । ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.