Latest Odisha News

BREAKING NEWS

 ଜାତୀୟ ରାଜପଥରେ ଲୁଟ୍‌ତରାଜ କରୁଥିବା ଲୁଟେରା ଗ୍ୟାଙ୍ଗ ଗିରଫ

ପୁରୀ: ପୁରୀ ପୁଲିସକୁ ମିଳିଲା ବଡ ସଫଳତା। ଭୁବନେଶ୍ୱର-ପୁରୀ ୩୧୬ନମ୍ବର ଜାତୀୟ ରାଜପଥରେ ବିଭିନ୍ନ ସମୟରେ ଲୁଟତରାଜ କରୁଥିବା ଏକ ବଡ ଧରଣର ଲୁଟେରା ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିଛି ପୋଲିସ ।

ଗତକିଛି ଦିନ ହେଲା ଏହି ଗ୍ୟାଙ୍ଗର ସଦସ୍ୟା ରାସ୍ତାରେ ଦୁଇ ଚକିଆ ଓ ଚାରିଚକିଆ ଯାନକୁ ଅଟକାଇ ଛିନତାଇ କରିଆସୁଥିଲେ । ସେମାନଙ୍କଠାରୁ ଦୁଇଟି ମଟରସାଇକେଲ ସହ ମୋବାଇଲ ଜବତ କରାଯାଇଛି। ଏମାନଙ୍କୁ ଧରିବା ପାଇଁ ପୁରୀ ଏସପି ବିଶାଲ ସିଂଙ୍କ ନିର୍ଦ୍ଦେଶକ୍ରମେ ପିପିଲି ଏସଡିପିଓଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ରାତି ଅଧିଆ ଚଢାଉ କରି ଏମାନଙ୍କୁ ଗିରଫ କରାଯାଇଥିଲା । ପୋଲିସ ଏମାନଙ୍କୁ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.