Latest Odisha News

ନିଖୋଜ ଇଣ୍ଡୋନେସିଆ ବିମାନର ଅବଶେଷ ମିଳିଲା

ଜାକାର୍ତା: ଇଣ୍ଡୋନେସିଆର ଶ୍ରୀବିଜୟା ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ନିଖୋଜ ହୋଇଥିବା ଯାତ୍ରୀବାହୀ ବିମାନ ଏସଜେ-୮୨ର ଅବଶେଷ ମିଳିଥିବା ନେଇ ଡେଲି ମେଲରେ ଖବର ପ୍ରକାଶ ପାଇଛି । ସମୁଦ୍ର ମଧ୍ୟରୁ ମିଳିଥିବା ଏହି ଅବଶେଷ ହଜିଥିବା ବିମାନର କି ନାହିଁ ତାହା ଅଫିସିଆଲ ଭାବେ ସ୍ପଷ୍ଟ କରାଯାଇ ନାହିଁ । ୫୬ ଯାତ୍ରୀ ଓ ୬ କ୍ରିଉ ମେମ୍ବରକୁ ନେଇ ଯାଉଥିବା ବିମାନ ବୋଇଙ୍ଗ ୭୩୭-୫୨୪ ସୋକାର୍ଣ୍ଣେ-ହଟ୍ଟା ବିମାନ ବନ୍ଦରରୁ ଉଡାଣ ଭରିବାର ୪ ମିନିଟ ପରେ ନିଖୋଜ ହୋଇ ଯାଇଥିଲା ।

ଏହା ପରେ କଂଟ୍ରୋଲ ଟାୱାର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ସନ୍ଧାନ ନ ମିଳିବା ଯୋଗୁ ସ୍ଥାନୀୟ ସରକାର ଏଥିନେଇ ଅଭିଯାନ ଆରମ୍ଭ କରିଥିଲେ ।

Comments are closed.