Latest Odisha News

BREAKING NEWS

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍; ନାବାଳିକା ମୃତ, ୪ ଗୁରୁତର

ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା ନିଶ୍ଚିନ୍ତକୋଇଲି ଥାନା କଟିକଟା ନିକଟରେ ସକାଳୁ ସକାଳୁ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ।ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହାତ ହୋଇଥିବା ସୂଚନା ।

ମୃତକ ଜଣଙ୍କ ଜଣେ ନାବାଳିକା ହୋଇଥିବା ବେଳେ ତାଙ୍କ ନାଁ ସରିତା ମଲ୍ଲିକ ବୋଲି ଜଣାପଡିଛି । ତାଙ୍କଘର ଯାଜପୁର ଜିଲ୍ଲା ବିଞ୍ଝାରପୁରଅଞ୍ଚଳରେ ବୋଲି ଜଣାପଡ଼ିଛି । ଆହତ ମାନଙ୍କୁ ଉଦ୍ଧାର କରି ଅଗ୍ନିଶମ ବିଭାଗ କଟକ ମେଡିକାଲକୁ ପଠାଇଛି  ।

ସୂଚନାନୁସାରେ, ଆଜି ଭୋରରୁ କଟକରୁ କେନ୍ଦ୍ରାପଡ଼ା ଯାଉଥିବା ଏକ ଟ୍ରକର ଚକା ଫାଟିଯିବାରୁ ଟ୍ରକଟି ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା କାର ସହ ଧକ୍କା ହେବାକୁ ଯାଉଥିଲା। ଟ୍ରକ ଧକ୍କାରୁ ବର୍ତ୍ତିବା ପାଇଁ ଡ୍ରାଇଭର କାରଟିକୁ ଟ୍ରକ ସାମ୍ନାରୁ ହଟାଇ ରାସ୍ତାର ବାମପଟକୁ ନେଇ ଆସିଥିଲେ ।

ଟ୍ରକ ଧକ୍କାରୁ ବର୍ତ୍ତି ଯାଇଥିବା କାରଟି ରାସ୍ତା କଡ଼ରେ ଥିବା ଏକ ନିମ୍ବ ଗଛରେ ପିଟି ହୋଇଯାଇଥିଲା

Comments are closed.