Latest Odisha News

BREAKING NEWS

ଚଳନ୍ତା ବସରେ ଲାଗିଲା ନିଆଁ, ଯାତ୍ରୀ ସୁରକ୍ଷିତ

ଫୁଲବାଣୀ: ଚଳନ୍ତା ବସରେ ଅଗ୍ନିକାଣ୍ଡ । ହଠାତ୍ ଲାଗିଲା ନିଆଁ । ବିଚା ରାସ୍ତାରେ ବସଟି ହୁତୁ ହୁତୁ ହୋଇ ଜଳିଗଲା । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଛକରେ ଏକ ଯାତ୍ରୀବାହୀ ବସ୍‌ରେ ଅଗ୍ନିକାଣ୍ଡ ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି ।

ରୁଦ୍ରକାଳୀ ନାମକ ବସରେ ନିଆଁ ଲାଗିଥିଲା। ସେତେବେଳେ ବସରେ ୩୦ରୁ ଅଧିକ ଯାତ୍ରୀ ଥିବା କୁହାଯାଉଛି । ସମସ୍ତେ ସୁରକ୍ଷିତ ଅଛନ୍ତି । ନିଆଁ ଲାଗିବା ପରେ ସମସ୍ତେ ବସରୁ ଓହ୍ଲାଇ ପଡ଼ିଥିଲେ । ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବଞ୍ଚି ଯାଇଛନ୍ତି ।
ବାଲିଗୁଡ଼ାରୁ ଓଢ଼ଗାଁ ଯାଉଥିଲା ଯାତ୍ରୀବାହୀ ବସ୍ । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅଗ୍ନିଶନ ବାହିନୀ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Leave A Reply

Your email address will not be published.