Latest Odisha News

କେନ୍ଦୁଝର: ସଡକ ଦୁର୍ଘଟଣାରେ ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ଅଫିସ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛିି ।

ମୃତକଙ୍କ ନାମ କିରଣବାଳା ନାୟକ ଏବଂ ସେ ସ୍ଥାନୀୟ କୁସଟିକିରି ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଉକ୍ତ ଅଙ୍ଗନବାଡି କର୍ମୀ ଜଣଙ୍କ ଏକ ମୋଟର ସାଇକେଲରେ ବସି କାର୍ଯ୍ୟସ୍ଥଳୀକୁ ଯାଉଥିବାବେଳେ କୌଣସି କାରଣବଶତଃ ଗାଡିରୁ ଖସି ପଡିଥିଲେ । ସଙ୍ଗେସଙ୍ଗେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଭଦ୍ରକ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟପକ୍ଷରେ ମୃତକଙ୍କ ପରିବାର ବର୍ଗ ଅନ୍ୟ ଅଙ୍ଗନବାଡି କର୍ମୀଙ୍କ ସହ ମିଶି ହାଟଡିହି ବ୍ଲକ୍ ପରିସରରେ ମୃତଦେହକୁ ରଖି କ୍ଷତିପୂରଣ ଦାବି କରିଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ଆନନ୍ଦପୁରର ଅତିରିକ୍ତ ଜିଲ୍ଲା କଲେକ୍ଟର ଘଟଣାସ୍ଥଳରେ ପହଞ୍ଚି ଧାରଣାରେ ବସିଥିବା ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସୁଫଳ ମିଳିପାରିନଥିଲା ଏବଂ ସେମାନଙ୍କ ଦାବି ପୂରଣ ନହେବା ଯାଏଁ ଧାରଣା ଜାରି ରଖିବେ ବୋଲି ସେମାନେ ଚେତାବନୀ ଦେଇଥିବା ନେଇ ସୂଚନା ମିଳିଛି ।

Comments are closed.