Latest Odisha News

ଭିଜିଲାନ୍ସ ଜାଲରେ ସୁପରଭାଇଜର

କଳାହାଣ୍ଡି: କଳାହାଣ୍ଡିର ଭବାନୀପାଟଣା ବ୍ଲକ୍ ଅନ୍ତର୍ଗତ କୁତ୍ରୁଖମାର ସେକ୍ଟରର ଆଇସିଡିଏସ ସୁପରଭାଇଜର ରାଧାମଣି ଦେଈ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ, ଭବାନୀପାଟଣା ବ୍ଲକ୍ ଅନ୍ତର୍ଗତ କୁତ୍ରୁଖମାର ସେକ୍ଟର ଅନ୍ତର୍ଗତ କୁରୁମଚୁଆଁ ଅଙ୍ଗନବାଡ଼ି କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀ ସିମାନ୍ତିନି ନାଏକଙ୍କ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ସମ୍ପୃକ୍ତ ଅଧିକାରୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ।

ଅଭିଯୋଗକାରୀଙ୍କ କହିବାନୁସାରେ, ସପ୍ଲିମେଣ୍ଟାରୀ ନ୍ୟୁଟ୍ରିସନ ପ୍ରୋଗ୍ରାମ ସମ୍ପର୍କିତ ଏକ ବିଲ୍ ପାସ୍ କରାଇଦେବାକୁ ସେ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯାହା ପରେ ଅଙ୍ଗନବାଡ଼ି କର୍ମୀ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ ।

ତେବେ ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ କୋରାପୁଟ ଡିଭିଜନର ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା । ପରେ ତାଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଥିବା ସୂଚନା ମିଳିଛି।

 

 

Leave A Reply

Your email address will not be published.