Latest Odisha News

ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ପୁନୀତଙ୍କ ବିଶ୍ୱରେକର୍ଡ: ୫୧ ବଲରେ କଲେ ୧୪୬ରନ

ଚେନ୍ନାଇ:ଚଳିତ ସୟେଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟ ଟୁର୍ଣ୍ଣାମେଂଟରେ ମେଘାଳୟ ଦଳର ପୁନୀତ ବିଷ୍ଟ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ୪ ନମ୍ବର ସ୍ଥାନରେ ବ୍ୟାଟିଂ କରି ଟି୨୦ରେ ସର୍ବାଧିକ ବ୍ୟକ୍ତିଗତ ରନ ସଂଗ୍ରହରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ମିଜୋରମ ବିପକ୍ଷରେ ସେ ୫୧ ବଲରେ ୬ ଚୌକା ଓ ୧୭ ଛକା ସହାୟତାରେ ୧୪୬ ରନ ସଂଗ୍ରହ କରିଥିଲେ । ତାଙ୍କ ପୂର୍ବରୁ ସିଂହଳୀ ସ୍ପୋର୍ଟ୍ସ ପକ୍ଷରୁ ଖେଳି ଶ୍ରୀଲଙ୍କାର ଦାସୁନ ଶନକା ୧୩୧ରନର ଇନିଂସ ଗାଲେ ବିପକ୍ଷରେ ଖେଳି ରେକର୍ଡ କରିଥିଲେ । ପୁନୀତ ତାଙ୍କ ରେକର୍ଡ ଭାଙ୍ଗିଛନ୍ତି ।

ସେହିପରି ଉଇକେଟକିପର ଭାବେ ସର୍ବାଧିକ ରନ ମଧ୍ୟ ସେ ସଂଗ୍ରହ କରି ନିଜ ଦେଶର କେଏଲ ରାହୁଲ (୧୩୧)ଙ୍କୁ ପଛରେ ପକାଇ ଦେଇଛନ୍ତି । ରାହୁଲ ଆଇପିଏଲରେ କିଙ୍ଗ୍ ଏକାଦଶ ପଞ୍ଜାବ ପକ୍ଷରୁ ଖେଳି ଏହି ରେକର୍ଡ କରିଥିଲେ । ସର୍ବାଧିକ ଛକା ମାରିବାରେ ସେ କ୍ରିସ ଗେଲଙ୍କ ସହ ସମକକ୍ଷ ହୋଇଛନ୍ତି । ମେଘାଳୟ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ବିନିମୟରେ ୨୩୦ ରନ କରିଥିଲେ । ଜବାବରେ ମିଜୋରାମ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ହରାଇ ୧୦୦ ରନ କରିବାକୁ ସକ୍ଷମ ହୋଇଥିଲେ ।

Comments are closed.