Latest Odisha News

ମହାଭାରତର କର୍ଣ୍ଣ ଭୂମିକାରେ ସାହିଦ କପୁର !

ମୁମ୍ବାଇ: ବଲିଉଡ ଅଭିନେତା ସାହିଦ କପୁର ମହାଭାରତର କର୍ଣ୍ଣ ଭୂମିକାରେ ନଜର ଆସିପାରନ୍ତି।

କବୀର ସିଂ ଠାରୁ ଆରମ୍ଭ କରି ପଦ୍ମାବତର ରତନ ସିଂ ଯାଏଁ ସାହିଦଙ୍କ ଅଭିନୟକୁ ଦର୍ଶକମାନେ ଖୁବ ପ୍ରଶଂସା କରିଥିଲେ।

ଏବେ ଖବର ଆସୁଛି ଯେ ସାହିଦ କପୁର ପୁଣି ଏକ ମେଗା ପ୍ରୋଜେକ୍ଟରେ ନଜର ଆସିବାକୁ ଯାଉଛନ୍ତି। ସେ ‘ରଙ୍ଗ ଦେ ବସନ୍ତୀ’ର ନିର୍ଦ୍ଦେଶକ ରାକେଶ ଓମପ୍ରକାଶ ମେହେରାଙ୍କ ସହ ହାତ ମିଳାଇଥିବା ଜଣାପଡିଛି।

ଖବର ଅନୁଯାୟୀ ରାକେଶ ମହାଭାରତର ଚରିତ୍ର ସୂର୍ଯ୍ୟ ପୁତ୍ର କର୍ଣ୍ଣଙ୍କ ଉପରେ ଏକ ଫିଲ୍ମ କରିବାକୁ ଚାହୁଁଛନ୍ତି। ଯାହାର ମୁଖ୍ୟ କାହାଣୀ କର୍ଣ୍ଣଙ୍କ ଉପରେ ଆଧାରିତ ହେବ।

ଏହି ପ୍ରୋଜେକ୍ଟ ପାଇଁ ସେ ସାହିଦଙ୍କ ସହ କଥା ହୋଇଛନ୍ତି। ଏଥିପାଇଁ ସାହିତ୍ୟ ସହମତି ଦେଇଥିବା ସୁତ୍ରରୁ ପ୍ରକାଶ।

ଏକ ନ୍ୟୁଜ୍ ପୋର୍ଟାଲ୍ ଅନୁଯାୟୀ, ଏହା ରାକେଶଙ୍କ ଡ୍ରିମ୍ ପ୍ରୋଜେକ୍ଟ ଆଉ ସେ ବହୁଦିନରୁ ଏହା ଉପରେ କାମ କରିବାକୁ ଚାହୁଁଥିଲେ।

Leave A Reply

Your email address will not be published.