Latest Odisha News

BREAKING NEWS

ରାଶିଚକ୍ର ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ
ତା୧୯-୧-୨୦୨୧ ମଙ୍ଗଳବାର

ଆଜି ଦିନର ମହତ୍ତ୍ୱ
ଆଜି ହେଉଛି ୨୦୨୧ ମସିହା ଜାନୁଆରୀ ୧୯ ରିଖ ମଙ୍ଗଳବାର ମକର ୬ ଦିନ ପୌଷ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ଭୁକ୍ତ ସପ୍ତମୀ ତିଥି ଉତ୍ତର ଭାଦ୍ର ନକ୍ଷତ୍ର ସକାଳ ୯ଟା ୫୭ ମିନିଟ୍ ପର୍ଯ୍ୟନ୍ତ ତାପରେ ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର
ଘାତ ବାର-: ମକର ରାଶିର
ଘାତ ଚନ୍ଦ୍ର-: ଧନୁ ରାଶି ପୁରୁଷ ତୁଳା ରାଶି ମହିଳାଙ୍କର
ଆଜି: ପିତା ଦ୍ରବ୍ୟ ଓ ତାଳ ଖାଇବା ନିଷେଧ

ମେଷ:
ମାନସିକ ଅଶାନ୍ତି ଓ ପାରିବାରିକ କଳହ ଦେଖା ଦେବ ।ଅପରାହ୍ନରେ କୌଣସି ଶୁଭ ଖବର ପାଇ ମନ ଖୁସି ରହିବ ।ମହିଳାମାନେ ଜଗି ରଖି ଚଳନ୍ତୁ ଶାରୀରିକ ପୀଡା ଅନୁଭବ କରିବେ ।ବିବାଦୀୟ ଘଟଣାରେ ନିରବତା ଅବଲମ୍ବନ କରନ୍ତୁ ।


ବୃଷ:
ଗୁପ୍ତ ଶତୃ ଭୟ ମନକୁ ବ୍ୟତିବସ୍ତ କରାଇବ ।କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କର ସାହାଯ୍ୟ ସହାନୁଭୂତି ପାଇବେ ନାହିଁ ।ଅପ୍ରିୟ କଥାବାର୍ତ୍ତା କରନ୍ତୁ ନାହିଁ ।ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖା ଦେବ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ ନାହିଁ ।
ମିଥୁନ:
ପ୍ରତେକଟି ଦିଗରୁ ସଫଳତା ମିଳିବ ।ଶତୃମାନେ ପରାଜିତ ହେବେ ।ସନ୍ତାନ ସନ୍ତତି ମାନଙ୍କ କାର୍ଯ୍ୟ ଆପଣଙ୍କୁ ଆନନ୍ଦ ପ୍ରଦାନ କରିବ ।ବ୍ଯବସାୟୀମାନେ ବ୍ଯବସାୟରେ ଲାଭବାନ ହେବେ ।ମହିଳାମାନେ ଶାନ୍ତି ଅନୁଭବ କରିବେ ।


କର୍କଟ:
ମାଲିମକଦମାରେ ବିଜୟୀ ହେବେ ।ପୂର୍ବର ଶତୃମାନେ ପରାଜିତ ହେବେ ।ସ୍ଵାଦିଷ୍ଟ ଭୋଜନ ମିଳିବ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ।ରାଜନୀତିଜ୍ଞମାନେ ପ୍ରଶଂସନୀୟ ହେବେ ।
ସିଂହ:
ପ୍ରତେକଟି କାର୍ଯ୍ୟରେ ବାଧା ବିଘ୍ନ ଦେଖା ଦେଇପାରେ ।ଅଜଣା ଅଶୁଣା ବ୍ଯକ୍ତିଠାରୁ ଦୂରେଇ ରହନ୍ତୁ ।ଗୃହ ବିବାଦ ଭାତୃ ସମ୍ପର୍କକୁ ନେଇ ଚିନ୍ତିତ ହେବେ ।ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ ନାହିଁ ।ମହିଳାମାନେ ଅପମାନିତ ସମାଲୋଚିତ ହେବେ ।


କନ୍ୟା:
ଶରୀର ଅସୁସ୍ଥ ଓ ମନ ଅସ୍ଥିର ରହିବ ।ପ୍ରତ୍ୟେକ କ୍ଷେତ୍ରରେ ବିଫଳତା ଓ ବାଦବିବାଦ ଦେଖା ଦେବ ।ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ଅମନଯୋଗି ହେବେ ।
ତୁଳା :
ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବେ ।ପାରିବାରିକ ଜୀବନ ସୁଖମୟ ହେବ ।ସ୍ଵାଦିଷ୍ଟ ଭୋଜନ ମିଳିବ ଓ ସଞ୍ଚିତ ଅର୍ଥ ବୃଦ୍ଧି ପାଇବ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆଶାନୁରୂପ ଲାଭବାନ ହେବେ ।ମହିଳାମାନେ ଯଶସ୍ବୀ ହେବେ ।


ବିଛା :
ନିଜ ଲୋକମାନଙ୍କ ସହ ହସ ଖୁସିରେ ଦିନଟି କଟାଇବେ ।କାର୍ଯ୍ୟ କ୍ଷେତ୍ରରେ ସୁସମ୍ପର୍କ ବୃଦ୍ଧି ପାଇବ ।ବନ୍ଧୁ ଦର୍ଶନର ସୁଯୋଗ ରହିଛି ।ଧନ ଜନ ମାନ ସମ୍ମାନ ଏସବୁର ଅଧିକାରୀ ହେବେ ।ଲକ୍ଷ୍ୟ ସ୍ଥଳରେ ନିର୍ବିଘ୍ନରେ ପହଞ୍ଚିବେ ।ଯାନବାହନ ଲାଭ ହେବ ।
ଧନୁ:
ବିବାଦୀୟ ଘଟଣାରେ ପରାଜୟ ହେବେ ।ଅପରାହ୍ନରେ କୌଣସି ଦୁଃଖ ପୂର୍ଣ୍ଣ ଖବର ପାଇ ମନ ବିଶାଦ ଗ୍ରସ୍ତ ହେବ ।ଶରୀରର ଯେକୌଣସି ଅଙ୍ଗରେ ଆଘାତ ଲାଗି ପାରେ ।ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ ।ମହିଳାମାନେ ଅପମାନିତ ସମାଲୋଚିତ ହେବେ ।
ମକର:
ପାରିବାରିକ ସମ୍ପର୍କରେ ଭୁଲ ବୁଝାମଣା ଦେଖା ଦେବ ।ମହିଳାମାନେ ପରିବାରରେ ଚିନ୍ତିତ ହେବେ । ଯାତ୍ରାରେ ସତର୍କତା ରୁହନ୍ତୁ ଯାତ୍ରା କଷ୍ଟ ଦାୟକ ହେବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ନାହିଁ ।ଗୁପ୍ତ ଶତୃମାନେ ସକ୍ରୀୟ ହୋଇ ଉଠିବେ ।


କୁମ୍ଭ:
ଆଜି ଦିନଟି ସମ୍ପୁର୍ଣ୍ଣ ଭଲରେ କଟିବ ।ଯୋଜନାନୁଯାୟୀ କାମ କରି ସେଥିରେ ସଫଳତା ପାଇବେ ।ବନ୍ଧୁ ଦର୍ଶନର ସୁଯୋଗ ରହିଛି ।ପ୍ରେମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ।
ମୀନ:
ଅପ୍ରିୟ ସତ୍ୟ କଥା କହି ଦୋଷି ସାବ୍ଯସ୍ତ ହୋଇପାରନ୍ତି ।ମହିଳା ମାନେ । ଜଗି ରଖି ଚଳନ୍ତୁ ଶରୀରର ଯେକୌଣସି ଅଙ୍ଗରେ ଆଘାତ ଲାଗି ପାରେ ।ଘରୋଇ କଳହ ଦେଖା ଦେବ । ଛାତ୍ରଛାତ୍ରୀମାନେ ଉତ୍ତଶୃଙ୍ଖଳିତ ହେବେ ।ବ୍ଯବସାୟରେ ସ୍ଥିରତା ରହିବ ନାହିଁ ଯାହା ଫଳରେ ଧାର କରଜ କରିବେ।

ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ମୋବାଇଲ ନମ୍ବର :୯୪୩୭୨୨୫୪୩୪

Leave A Reply

Your email address will not be published.