Latest Odisha News

BREAKING NEWS

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଉପକୁଳପତି ଭାବେ ଦାୟିତ୍ୱ ନେଲେ ପ୍ରଫେସର କ୍ଷିତିଭୂଷଣ ଦାସ

ଭୁବନେଶ୍ୱର: କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂଆ ଉପ-କୁଳପତି ଭାବେ ପ୍ରଫେସର କ୍ଷିତି ଭୂଷଣ ଦାସ ଦାୟିତ୍ୱ ନେଇଛନ୍ତି । ତାଙ୍କୁ କୁଳପତି ପ୍ରଫେସର ଆଇ.ରାମବ୍ରହ୍ମନ ଶୁଭେଚ୍ଛା ଜଣାଇଛନ୍ତି ।

ଶ୍ରୀ ଦାସ ଏହା ପୂର୍ବରୁ ଇନ୍ଦିରା ଗାନ୍ଧି ମୁକ୍ତ ବିଶ୍ୱବିଦ୍ୟାଳୟର ଉପକୁଳପତି ଭାବେ କାମ କରୁଥିଲେ । ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ୩୮ ବର୍ଷରୁ ଅଧିକ ସମୟର ଅନୁଭୂତି ରହିଛି । ସେ ୫ଟି ବହି ଲେଖିଥିବା ବେଳେ ଜାତୀୟ ଓ ଅନ୍ତର୍ଜାତୀୟ ଜର୍ଣ୍ଣାଲରେ ତାଙ୍କର ୭୦ରୁ ଅଧିକ ଗବେଷଣାତ୍ମକ ରଚନା ପ୍ରକାଶ ପାଇଛି ।

Leave A Reply

Your email address will not be published.