ପୁରୀ: ଶ୍ରୀମନ୍ଦିରରେ ଆଜିଠୁ ବିନା କୋଭିଡ୍ ନେଗେଟିଭ୍ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଛି । ସମସ୍ତେ ରତ୍ନସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । କୋଭିଡ୍ ନେଗେଟିଭ୍ ରିପୋର୍ଟକୁ ହଟାଇ ଦେଇଥିଲେ ବି ଦର୍ଶନ ପାଇଁ ଜାରି ହୋଇଥିବା କୋଭିଡ୍ ଗାଇଡଲାଇନକୁ ସମସ୍ତେ ମାନିବେ । ଆଜି ସକାଳ ୬ଟାରୁ ପ୍ରଥମେ ଘଣ୍ଟାଏ ପୁରୀବାସୀ ଶ୍ରୀଜିଉଙ୍କର ଦର୍ଶନ କରିଛନ୍ତି ।

ସକାଳ ୭ଟାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ବ୍ୟାରିକେଡରେ ଯାଇ ହାତ ସାନିଟାଇଜ୍ କରିବା ପରେ ବଡ଼ଦେଉଳ ଭିତରେ ପ୍ରବେଶ କରୁଛନ୍ତି ଭକ୍ତ । ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା ହୋଇଛି । ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଭକ୍ତମାନେ ମନ୍ଦିର ପରିସରରେ ଥିବା କୌଣସି ମୂର୍ତ୍ତିକୁ ସ୍ପର୍ଶ କରିପାରିବେ ନାହିଁ ।

ଫୁଲ, ଦୀପ ଓ ଭୋଗ ଆଜି ଶ୍ରୀମନ୍ଦିର ଭିତରକୁ ଯିବ ନାହିଁ । ଆନନ୍ଦ ବଜାରରେ ବସି ମହାପ୍ରସାଦ ଖାଇପାରିବେନି ଭକ୍ତ । ପ୍ରତିଦିନ ୩୦ ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବା ବ୍ୟବସ୍ଥା କରିଛି ପ୍ରଶାସନ । ଜଗନ୍ନାଥ ବଲ୍ଲଭ ପାର୍କିଂ ଷ୍ଟାଣ୍ଡରେ ପାର୍କିଂ ସୁବିଧା କରାଯାଇଛି । ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ୨୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ପୁରା ବ୍ୟବସ୍ଥାର ତଦାରଖ କରୁଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ ।
BREAKING NEWS
- ଅପମିଶ୍ରିତ ପନିରକୁ ନେଇ ପୁଣି ବଡ଼ ରେଡ, ଟ୍ୱିନ ସିଟି ପରେ ଏବେ ବ୍ରହ୍ମପୁରରେ ଖାଦ୍ୟ ସୁରକ୍ଷା ବିଭାଗର ଟିମ
- ଆସୁଛି ଆଉ ଏକ ଲଘୁଚାପ: ପୁଣି ଝଡ଼ବର୍ଷା ଚେତାବନୀ, ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
- Circuit House gun case:ବନ୍ଧୁକ ମାମଲାରେ ବଢ଼ିଲା ଅଡୁଆ;ବିଜେପି ଯୁବ ନେତା ପ୍ରକାଶ ପାଶ୍ବାନ ନିଲମ୍ବିତ
- ଅନଲାଇନ୍ ଟ୍ୟାକ୍ସି ଚାଳକ ଓ ପୋଲିସ ମୁହାଁମୁହିଁ ଘଟଣା: ହିଂସାତ୍ମକ କାର୍ଯ୍ୟକଳାପକୁ ନିନ୍ଦା କଲା ବିଜେଡି, ପାଲଟା ଜବାବ ଦେଲା ବିଜେପି
- SBI ଆକାଉଣ୍ଟ ଧାରକଙ୍କୁ ବଡ଼ ଝଟକା, ବାରମ୍ବାର ଜମା ଖାତାରୁ ଟଙ୍କା ଉଠାଇଲେ ପଡ଼ିବ ଅଲଗା ଦେୟ, ଜାଣନ୍ତୁ କଣ ରହିଛି ନୂଆ ନିୟମ
- କିମ୍ସ ଡାକ୍ତରଙ୍କ ସଫଳତା: ୧୦ମାସର ଶିଶୁ ଖାଦ୍ୟନଳୀରୁ ବାହାରିଲା ଧାତବ ପିନ୍
- ଆୟ ବହିର୍ଭୂତ ସମ୍ପତ୍ତି ନେଇ ତହସିଲଦାର ଘରେ ଭିଜିଲାନ୍ସ, ନଗଦ ୫ ଲକ୍ଷ ଟଙ୍କା ଜବତ
- Flood Affected:ଆସନ୍ତାକାଲି ଏହି ଜିଲ୍ଲାର ୨୦୫ ସ୍କୁଲ ଛୁଟି ଘୋଷଣା;୨୬୫ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ…
- ବଢ଼ିଲା ଜେଲ୍ କର୍ମଚାରୀ ଓ ଅଧିକାରୀମାନଙ୍କ ବାର୍ଷିକ ପୋଷାକ ଭତ୍ତା
- Sundargarh Accident:ବିଜୁ ଏକ୍ସପ୍ରେସ ୱେରେ ଛାତିଥରା ଦୁର୍ଘଟଣା;ଟ୍ରଲର ଚକା ତଳେ ଚାଲିଗଲା ମହିଳାଙ୍କ ସମେତ ୨ ଶିଶୁଙ୍କ ଜୀବନ

Comments are closed.