ପୁରୀ: ଶ୍ରୀମନ୍ଦିରରେ ଆଜିଠୁ ବିନା କୋଭିଡ୍ ନେଗେଟିଭ୍ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଛି । ସମସ୍ତେ ରତ୍ନସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । କୋଭିଡ୍ ନେଗେଟିଭ୍ ରିପୋର୍ଟକୁ ହଟାଇ ଦେଇଥିଲେ ବି ଦର୍ଶନ ପାଇଁ ଜାରି ହୋଇଥିବା କୋଭିଡ୍ ଗାଇଡଲାଇନକୁ ସମସ୍ତେ ମାନିବେ । ଆଜି ସକାଳ ୬ଟାରୁ ପ୍ରଥମେ ଘଣ୍ଟାଏ ପୁରୀବାସୀ ଶ୍ରୀଜିଉଙ୍କର ଦର୍ଶନ କରିଛନ୍ତି ।
ସକାଳ ୭ଟାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ବ୍ୟାରିକେଡରେ ଯାଇ ହାତ ସାନିଟାଇଜ୍ କରିବା ପରେ ବଡ଼ଦେଉଳ ଭିତରେ ପ୍ରବେଶ କରୁଛନ୍ତି ଭକ୍ତ । ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା ହୋଇଛି । ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଭକ୍ତମାନେ ମନ୍ଦିର ପରିସରରେ ଥିବା କୌଣସି ମୂର୍ତ୍ତିକୁ ସ୍ପର୍ଶ କରିପାରିବେ ନାହିଁ ।
ଫୁଲ, ଦୀପ ଓ ଭୋଗ ଆଜି ଶ୍ରୀମନ୍ଦିର ଭିତରକୁ ଯିବ ନାହିଁ । ଆନନ୍ଦ ବଜାରରେ ବସି ମହାପ୍ରସାଦ ଖାଇପାରିବେନି ଭକ୍ତ । ପ୍ରତିଦିନ ୩୦ ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବା ବ୍ୟବସ୍ଥା କରିଛି ପ୍ରଶାସନ । ଜଗନ୍ନାଥ ବଲ୍ଲଭ ପାର୍କିଂ ଷ୍ଟାଣ୍ଡରେ ପାର୍କିଂ ସୁବିଧା କରାଯାଇଛି । ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ୨୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ପୁରା ବ୍ୟବସ୍ଥାର ତଦାରଖ କରୁଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ ।
BREAKING NEWS
- ୨୦୨୮ ଅଲିମ୍ପିକ୍ସ: କ୍ରିକେଟ ପାଇଁ ଠିକ କରାଗଲା ଭେନ୍ୟୁ
- କଂଗ୍ରେସ ଭବନରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ମିଶ୍ରଣ ପର୍ବ
- ପାକିସ୍ତାନରେ ପ୍ରଚଳିତ କିଛି ଅଦ୍ଭୁତ ଆଇନ: ଜାଣିଲେ ଆଶ୍ଚର୍ଯ୍ୟ ହେବେ
- ଓଡ଼ିଶାର ସବୁଠୁ ବଡ ଟନେଲର ଫିଟିଲା ବାଟ; ପୁର୍ବ ସହ ପଶ୍ଚିମ ଓଡିଶାକୁ କରିବ ସଂଯୋଗ
- ହାଇକୋର୍ଟରେ ପଦ୍ମଶ୍ରୀ ମାମଲାରେ ପୂର୍ଣ୍ଣଚ୍ଛେଦ, ୧୦ ହଜାର ତଣ୍ଡ ଗଣିବେ ଆବେଦନକାରୀ
- ଚୀନ୍ ଉପରେ ୨୪୫% ଟାରିଫ୍ ଲଗାଇଲା ଆମେରିକା
- ଶରୀର ପାଇଁ କାନ୍ଦିଲେ ଭଲ !
- “ଭାଷା ଧର୍ମ ନୁହେଁ”: ସାଇନବୋର୍ଡରେ ଉର୍ଦ୍ଦୁ ବିରୋଧରେ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
- ଲକ୍ଷ୍ନୌ ଟିମ ସହିତ ଯୋଗ ଦେଲେ ୧୫୬ କିମି ବେଗରେ ବୋଲିଂ କରୁଥିବା ବୋଲର
- ପୁରୀରେ ମହାପ୍ରଭୁଙ୍କ ଆଶିଷ ନେଲେ ଅଖିଳେଶ ଯାଦବ ଓ ତାଙ୍କ ପତ୍ନୀ
Comments are closed.