Latest Odisha News

BREAKING NEWS

ଇଣ୍ଡିଆ ଲକଡାଉନରେ କିଏ କରିବ ଅଭିନୟ ?

ମୁମ୍ବାଇ: ଫିଲ୍ମର ଟାଇଟଲ୍ ରହିଛି ଇଣ୍ଡିଆ ଲକ୍‌ଡାଉନ୍ । ନିର୍ଦ୍ଦେଶନା ଦେବେ ନ୍ୟାଶନାଲ ଆୱାର୍ଡ ବିଜେତା ମଧୁର ଭଣ୍ଡାରକର । ଫିଲ୍ମର ନିର୍ମାଣ ପାଇଁ ନିର୍ଦ୍ଦେଶକ ମଧୁର ବେଶ କିଛି ପ୍ରତିଭାବାନ କଳାକାରଙ୍କ ଚୟନ କରିଛନ୍ତି । ଏହି ଧାରାରେ ସାମିଲ ହୋଇଛନ୍ତି କିଛି ବଛାବଛା କଳାକାର ।

ପ୍ରତୀକ ବବର୍‌, ସାଇ ତମ୍‌ହାଙ୍କର, ସ୍ୱେତା ବାସୁ ପ୍ରସାଦ, ପ୍ରକାଶ ବେଲୱାଡି, ଆହାନା କୁମରା, ଜରିନ୍ ସିହାବ ଓ ଆୟେଶା ଆମିନଙ୍କ ଭଳି କଳାକାରଙ୍କୁ ନେଇ ନିର୍ମାଣ ହେବ ଇଣ୍ଡିଆ ଲକ୍‌ଡାଉନ୍ । ଏହି ସମସ୍ତ କଳାକାର କୌଣସି ଗଡ୍ ଫାଦର୍ ନୁହେଁ ବରଂ ନିଜ ଦମ୍‌ରେ ବଲିଉଡରେ ହାସଲ କରିଛନ୍ତି ଏକ ସ୍ୱତନ୍ତ୍ର ସ୍ଥାନ । ଖାସ ଏଥିପାଇଁ ଏହି କଳାକରଙ୍କୁ ନେଇ ମଧୁର ଫିଲ୍ମ ନିର୍ମାଣ କରିବାକୁ ଯୋଜନା କରିଛନ୍ତି ।

ଖବର ମିଳିଛି ଷ୍ଟୋରୀ ଟେଲିଂ ଫର୍ମାଟରେ ମଧୁର ଫିଲ୍ମ ନିର୍ମାଣ କରିବେ । କରୋନା ମହାମାରୀରେ ସାଧାରଣ ଲୋକଙ୍କ ଜୀବନ ଓ ଏହାର ପ୍ରଭାବ ଉପରେ ଫିଲ୍ମର କାହାଣୀ ଆଧାରିତ । ସତ ଘଟଣା ଉପରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମର ସୁଟିଂ ଆସନ୍ତା ସପ୍ତାହରୁ ଆରମ୍ଭ ହେବା ନେଇ ସୂଚନା ରହିଛି ।

Leave A Reply

Your email address will not be published.