Latest Odisha News

BREAKING NEWS

ଭୋଜନ ଶେଷରେ କାହିଁକି ଖିଆଯାଏ ମିଠା, ଜାଣନ୍ତୁ

ଭୁବନେଶ୍ୱର : ଭୋଜନ ପରେ ମିଠା ଖାଇବା କଥା ତ ଆମେ ସମସ୍ତେ ଶୁଣିଥିବା ମାତ୍ର ଏହାର କାରଣ କଣ ଅନେକଙ୍କୁ ଜଣାନଥାଏ । କାହିଁକି ଭୋଜନ ପରେ ମିଠା ଖାଇବା ଦରକାର ଆବଶ୍ୟକ ଆସନ୍ତୁ ଜାଣିବା ଏହାର ଉଭୟ ଧାର୍ମିକ ଓ ବୈଜ୍ଞାନିକ କାରଣ ।

ଶାସ୍ତ୍ର ଅନୁଯାୟୀ, ଘରେ , ବାହାରେ, କୌଣସି ଧରଣିକା ଅନୁଷ୍ଠାନରେ କିମ୍ବା କୌଣସି ଭୋଜିରେ, ସବୁଠି ଭୋଜନର ଆରମ୍ଭ ରାଗ କିମ୍ବା ଲୁଣିରୁ ହୋଇଥାଏ । ଭୋଜନର ଶେଷରେ ମିଠା ଖିଆଯାଇଥାଏ। ବୈଜ୍ଞାନିକ କାରଣ ଅନୁଯାୟୀ ରାଗ ଖାଇବା ଯୋଗୁଁ ଆମ ପେଟ ଭିତରେ ଥିବା ପାଚନ ତତ୍ୱ ଠିକ ଭାବରେ ସଂଚାଳନ ହୋଇଥାଏ । ଶେଷରେ ମିଠା ଖାଇବା ଯୋଗୁଁ ଅମ୍ଳର ତୀବ୍ରତା କମ ହୋଇଥାଏ । ଯାହା ଫଳରେ ଆମକୁ ଏସିଡ଼ିଟି ବା ଜ୍ବଳନ ହୋଇନଥାଏ ।

ଭୋଜନ ପରେ ଆମକୁ ଶୋଷ ହୋଇଥାଏ ।ମାତ୍ର ଖାଇବାର ତୁରନ୍ତ ପରେ ପାଣି ପିଇବା ଦ୍ୱାରା ଏହା ଆମର ପାଚନ ଶକ୍ତି ଉପରେ ଖରାପ ପ୍ରଭାବ ପକାଇଥାଏ | ତେଣୁ ଖାଇବା ପରେ କିଛି ମିଠା ଖାଇଲେ ଖାଦ୍ୟ ମଧ୍ୟ ଭଲ ଭାବେ ହଜମ ହୋଇଥାଏ ଓ ଶୋଷ ମଧ୍ୟ ଲାଗି ନଥାଏ।

Leave A Reply

Your email address will not be published.