Latest Odisha News

ଛୁରାମାଡ଼ କରି ସୁନା ବ୍ୟବସାୟୀଙ୍କଠାରୁ ଗହଣା ଲୁଟ୍

ନବରଙ୍ଗପୁର: ସୁନା ବ୍ୟବସାୟୀଙ୍କ ଠାରୁ ୧୧ ଲକ୍ଷ ଟଙ୍କାର ଗହଣା ଲୁଟ୍ ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଭାରସୁଣ୍ଡି ଗାଁରୁ ଜଣେ ସୁନା ବ୍ୟବସାୟୀ ଲୁଟର ଶିକାର ହୋଇଛନ୍ତି । ବ୍ୟବସାୟୀ ଜଣଙ୍କ ହେଲେ ଆଶାରାମ ଗଣ୍ଡ । ମୋଟରସାଇକେଲ ଯୋଗ ସେ ଗୋନା ବଜାରରୁ ଫେରୁଥିଲେ । ଏତିକିବେଳେ ଭାରଶୁଣ୍ଡି ଡିଏନକେ ଓ ଛତାବେଡା ରାସ୍ତା ମଝିରେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ ।

ଲୁଟର ଶିକାର ହୋଇଥିବା ବ୍ୟବସାୟୀ

ଏହାପରେ ଆଶାରମାଙ୍କ ଉପରେ ଛୁରାମାଡ଼ କରିଥିଲେ ଡୁର୍ବୃତ୍ତ । ପରେ ସୁନା ଗହଣା ଭର୍ତ୍ତି ବ୍ୟାଗ୍ ଧରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ସମସ୍ତେ ମୁହଁରେ କପଡ଼ା ବାନ୍ଧିଥିଲେ । ଏନେଇ ଆଶାରାମ ରାଇଘର ଥାନାରେ ଏତଲା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.