ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜି ୧୨୫ତମ ଜୟନ୍ତୀ । ଏହି ଅବସରରେ ଦେଶ ବ୍ୟାପୀ ପାଳନ ହେଉଛି ପରାକ୍ରମ ଦିବସ । ଭାରତର ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଅବଦାନକୁ ପୁରା ଦେଶ ମନେ ପକାଉଛି । ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଟ୍ୱିଟ୍ କରି ରାଷ୍ଟ୍ରପତି ଲେଖିଛନ୍ତି, ନେତାଜୀ ହେଉଛନ୍ତି ଆମ ଅତି ପ୍ରିୟ ରାଷ୍ଟ୍ରନାୟକଙ୍କ ମଧ୍ୟରୁ ଅନ୍ୟତମ । ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅତୁଳନୀୟ ଅବଦାନ ରହିଥିଲା ।
ନେତାଜୀ ହେଉଛନ୍ତି ଆମ ଅତି ପ୍ରିୟ ରାଷ୍ଟ୍ରନାୟକଙ୍କ ମଧ୍ୟରୁ ଅନ୍ୟତମ ଯିଏ ଭାରତର ସ୍ୱାଧୀନତା ସଂଗ୍ରାମରେ ଅତୂଳନୀୟ ଅବଦାନ ଦେଇଥିଲେ। ନେତାଜୀଙ୍କ ଦେଶ ପ୍ରେମ ଓ ତ୍ୟାଗ ଆମକୁ ସବୁବେଳେ ଉଦବୁଦ୍ଧ କରୁଥିବ। ସ୍ୱାଧୀନତାର ଯେଉଁ ଉତ୍ସାହକୁ ସେ ଅଙ୍ଗୀକାର କରିଥିଲେ ଆମେ ସେଥିପାଇଁ ପ୍ରତିବଦ୍ଧ ।
— President of India (@rashtrapatibhvn) January 23, 2021
ସେହିପରି ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଭାରତ ମାତାର ସୁଯୋଗ୍ୟ ସନ୍ତାନ ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ତାଙ୍କ ଜନ୍ମବାର୍ଷିକୀରେ କୋଟି କୋଟି ପ୍ରଣାମ । ଦେଶର ସ୍ୱାଧୀନତା ପାଇଁ ତାଙ୍କ ତ୍ୟାଗ ଓ ସମର୍ପଣକୁ ରାଷ୍ଟ୍ର ସର୍ବଦା ମନେ ରଖିବ ।
महान स्वतंत्रता सेनानी और भारत माता के सच्चे सपूत नेताजी सुभाष चंद्र बोस को उनकी जन्म-जयंती पर शत-शत नमन। कृतज्ञ राष्ट्र देश की आजादी के लिए उनके त्याग और समर्पण को सदा याद रखेगा। #ParakramDivas
— Narendra Modi (@narendramodi) January 23, 2021
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନେତାଜୀଙ୍କ ୧୨୫ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଟ୍ୱିଟ୍ କରି ନବୀନ ଲେଖିଛନ୍ତି, ତାଙ୍କର ଦୃଢ ଆତ୍ମବିଶ୍ଵାସ, ଅନନ୍ୟ ବିଚାରଧାରା ଓ ଦେଶ ପ୍ରତି ସମପର୍ଣ ଭାବ ସର୍ବଦା ପ୍ରେରଣାଦାୟୀ ।
ଓଡ଼ିଶାର ବରପୁତ୍ର, ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ତାଙ୍କର ଦୃଢ ଆତ୍ମବିଶ୍ଵାସ, ଅନନ୍ୟ ବିଚାରଧାରା ଓ ଦେଶ ପ୍ରତି ସମପର୍ଣ ଭାବ ସର୍ବଦା ପ୍ରେରଣାଦାୟୀ। #ParakramDiwas pic.twitter.com/dDgH38sS19
— Naveen Patnaik (@Naveen_Odisha) January 23, 2021
ସେହିପରି ଭାରତ ମୁକ୍ତି ସଂଗ୍ରାମର ଅନ୍ୟତମ କର୍ଣ୍ଣଧାର ତଥା ଓଡ଼ିଶାର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଟକ ସ୍ଥିତ ଜାନକିନାଥ ଭବନ ପରିସରରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଭାରତ ମୁକ୍ତି ସଂଗ୍ରାମର ଅନ୍ୟତମ କର୍ଣ୍ଣଧାର ତଥା ଓଡ଼ିଶାର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ । #ParakramDivas pic.twitter.com/58pEeb1elV
— Dharmendra Pradhan (@dpradhanbjp) January 23, 2021
Comments are closed.