Latest Odisha News

ଆଜି ପାଳିତ ହେଉଛି ପବିତ୍ର ଶାମ୍ବ ଦଶମୀ

ଭୁବନେଶ୍ୱର: ଓଡିଆ ପରମ୍ପରା ଅନୁସାରେ ବାର ମାସରେ ତେର ପର୍ବ ପାଳିତ ହୁଏ। ତନ୍ମଧ୍ୟରେ ଶାମ୍ବଦଶମୀ ଅନ୍ୟତମ ।

ଏହି ପରିପ୍ରେକ୍ଷୀରେ ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ତଥା ଆଜିର ଦିନରେ ‘ଶାମ୍ବଦଶମୀ’ ପର୍ବ ପାଳନ କରାଯାଉଛି।

କିମ୍ବଦନ୍ତୀ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଶାପଗ୍ରସ୍ତ ହୋଇ କୃଷ୍ଠ ରୋଗରେ ପିଡୀତ ହୋଇଥିଲେ । ଏହି ରୋଗରୁ ଉପଶମ ପାଇଁ ଗର୍ଗମୁନୀ ତାଙ୍କୁ ଏକ ପରାମର୍ଶ ଦେଇଥିଲେ। ତାଙ୍କ ପରାମର୍ଶ ଅନୁସାରେ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କର ପୂଜା କରି ଶାମ୍ବ ଆରୋଗ୍ୟ ଲାଭ କରିଥିଲେ।

ସେବେଠାରୁ ଏହି ବ୍ରତ ପାଳନ କରାଯାଉଥିବା ନେଇ ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି । ଆଜିବି ଘରେଘରେ ମାଆ ମାନେ ସନ୍ତାନଙ୍କ ମଙ୍ଗଳ କାମନା କରି ସୂର୍ଯ୍ୟଙ୍କ ଉପାସନା କରିଥାଆନ୍ତି।

Comments are closed.