ଭୁବନେଶ୍ୱର: ରାଜ୍ୟରେ ସୁରୁଖୁରୁ ଓ ସଫଳତାର ସହ ଚାଲିଛି ଟିକାକରଣ । ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାରେ ପହଞ୍ଚିଛି ଭାରତ ବାୟୋଟେକର କୋଭାକ୍ସିନ୍ ଟିକା । ଭୁବନେଶ୍ୱରକୁ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା ଆସିଛି । ଏହାକୁ କେବଳ ଭୁବନେଶ୍ୱରର ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ । ରାଜ୍ୟର ଅନ୍ୟ ସ୍ଥାନରେ ପୂର୍ବରୁ ଆସିଥିବା କୋଭିସିଲଡ ଟିକା ଦିଆଯିବ ।
ଟିକା ନେବାର ୨୮ ଦିନ ପରେ ମଧ୍ୟ ସେହି ଟିକା ଦିଆଯିବ । ନଚେତ୍ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପଡିବ । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ । ଟିକାକରଣରେ ସର୍ବଭାରତୀୟ ସ୍ତରରେ ଓଡ଼ିଶାର ପ୍ରଦର୍ଶ ଭଲ ରହିଛି । ତୃତୀୟ ସ୍ଥାନରେ ରହିଛି ଓଡିଶା ।
ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୩୦ହଜାର ୭ ଜଣ ସ୍ୱାସ୍ଥ୍ୟକର୍ମୀ ଟିକା ନେଇ ସାରିଲେଣି । ଗତକାଲି ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଟିକାକରଣ ହୋଇଥିଲା । ଆଗକୁ ଆହୁରି ଭଲରେ ଟିକାରକରଣ କରାଯିବ । ସମସ୍ତଙ୍କୁ ଟିକାକରଣ କରିବାକୁ ଚେଷ୍ଟା କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
BREAKING NEWS
- ଶୁଭାଂଶୁ ଶୁକ୍ଳାଙ୍କୁ ଅଶୋକ ଚକ୍ର ପ୍ରଦାନ…
- Khandagiri Jatra:ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୧୪ ନିୟମ ଜାରି କଲା ଖଣ୍ଡଗିରି ପୋଲିସ
- Padma Awards 2026: ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ର, ସିବୁ ସୋରେନ, ରୋହିତ ଶର୍ମାଙ୍କୁ ପଦ୍ମଶ୍ରୀ…
- କିଟ୍ ଓ କିସର ମିନି ମାରାଥନ; ଶାଢ଼ି ପିନ୍ଧି ଦୌଡ଼ିଲେ ୬ ହଜାର ମହିଳା
- ‘ଫିଙ୍ଗର ଅନ୍ ଦି ଟ୍ରିଗର’; ଯୁଦ୍ଧ ମୁହାଁ ଆମେରିକା-ଇରାନ
- ବରିଷ୍ଠ ସାମ୍ବାଦିକ ମାର୍କ ଟୁଲିଙ୍କ ଦେହାନ୍ତ; ଭାରତରେ ବିତାଇଥିଲେ…
- ନବସୃଜନ ଉପରେ ଗୁରୁତ୍ୱ ଦେବାକୁ ପିଲାଙ୍କୁ ପ୍ରେରଣା ଦେଲେ ମୁଖ୍ୟମନ୍ତ୍ରୀ
- ଆଇସିସିର ନିଷ୍ପତି ମାନିନେଲା ବିସିବି, ଆଉ କରିବନି ଆବେଦନ
- କଟକ ଖାନନଗରରେ ‘ଆମ ବସ୍’ ଭଙ୍ଗାରୁଜା ଘଟଣା; ଆଇନ୍ ହାତକୁ ନନେବାକୁ କ୍ରୁଟର ଅପିଲ…
- ଜାପାନରେ ଆଉ ଦେଖିବାକୁ ନ ମିଳିପାରେ ପାଣ୍ଡା
Comments are closed.