Latest Odisha News

BREAKING NEWS

ରାଗିଯାଇ ଭାଷଣ ଦେଲେନି ଦିଦି

କୋଲକାତା : କୋଲକାତାରେ ଅନୁଷ୍ଠିତ ନେତାଜୀ ଜୟନ୍ତୀ ସମାରୋହରେ ବିବାଦୀୟ ପରିସ୍ଥିତି । ନେତାଜୀଙ୍କ ଜନ୍ମଦିନକୁ ପରାକ୍ରମ ଦିବସ ଭାବେ ପାଳିବାକୁ ଭିକ୍ଟୋରିଆ ମେମୋରିଆଲରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଷଣ ଦେବା ବେଳେ ‘ଜୟ ଶ୍ରୀରାମ’ ଧ୍ବନି ଦିଆଯିବାରୁ ରାଗିଯାଇ ଭାଷଣ ଦେବାକୁ ମନା କରିଦେଇଥିଲେ ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ । ମୋଦୀଙ୍କ ଭାଷଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିବାର ଥିଲା । କିନ୍ତୁ ସେ କହିବା ପୂର୍ବରୁ ଲୋକମାନଙ୍କ ମଧ୍ୟରୁ କେତେକ ଜୟ ଶ୍ରୀରାମ ଓ ମୋଦୀ ମୋଦୀ ଧ୍ବନି ଦେବା ପରେ ମମତା ରାଗିଯାଇଥିଲେ ଓ ଭାଷଣ ଦେବାକୁ ମନା କରିଦେଇଥିଲେ ।

ସ୍ଲୋଗାନ ଦେଉଥିବା ଲୋକମାନଙ୍କୁ ସେ କହିଥିଲେ ଯେ, ଏହା ଏକ ରାଜନୈତିକ କାର୍ଯ୍ୟକ୍ରମ ନୁହେଁ, ଏହା ଏକ ସରକାରୀ କାର୍ଯ୍ୟକ୍ରମ । ଏଣୁ ଯେଉଁମାନେ ଏଠାକୁ ଆମନ୍ତ୍ରିତ ହୋଇ ଆସୁଛନ୍ତି, ସେମାନେ ଏହାର ଗାରିମା ରକ୍ଷା କରିବା ଉଚିତ । ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରୁଛି । କିନ୍ତୁ ଜଣକୁ ଅତିଥିଭାବେ ଆମନ୍ତ୍ରିତ କରି ତାଙ୍କୁ ଅପମାନିତ କରିବା ଉଚିତ ନୁହେଁ । ତେଣୁ ମୁଁ ଏହାର ପ୍ରତିବାଦ କରି ଭାଷଣ ନ ଦେବାକୁ ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.