ଗଂଜାମ: ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଯାତ୍ରୀବାହୀ ବସ୍ । ଆଉ ଅଳ୍ପକେ ବର୍ତ୍ତିଲେ ଏଥିରେ ଥିବା ଯାତ୍ରୀ । ଗଞ୍ଜାମ-ଗଜପତି ସୀମା ତପ୍ତପାଣି ଘାଟିରେ ଆଜି ସକାଳୁ ଏହି ଘଟଣା ଘଟିଛି । ବ୍ରିଜ୍ ତଳକୁ ଅଧା ଓହଳି ରହିଛି ବସ୍ ।
ମିଳିଥିବା ସୂଚନା ଅନୁଯାୟୀ, ମହାବୀର ନାମକ ଏହି ବସ ମୋହନାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବ୍ରିଜର କାନ୍ଥରେ ପିଟି ହୋଇଥିଲା । କିନ୍ତୁ କାନ୍ଥର କିଛି ଅଂଶ ଭାଙ୍ଗିଥିଲେ ସୁଦ୍ଧା ବସଟି ସେଇଠାରେ ହିଁ ଝୁଲି ରହିଯାଇଥିଲା । ଯାତ୍ରୀମାନଙ୍କର କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି ।
Comments are closed.