Latest Odisha News

BREAKING NEWS

ଅଯୋଧ୍ୟା: ଜାନୁଆରୀ ୨୬ରୁ ଧନିପୁର ମସଜିଦ୍ ପ୍ରକଳ୍ପ ଆରମ୍ଭ

ଅଯୋଧ୍ୟା: ଜାନୁଆରୀ ୨୬ରୁ ଧନିପୁର ମସଜିଦ ପ୍ରକଳ୍ପ ଆନୁଷ୍ଠାନିକ ଭାବେ ଆରମ୍ଭ ହେବାକୁ ଯାଉଛି। ଯେଉଁଥିର‌େ ଡାକ୍ତରଖାନା, ସଂଗ୍ରହାଳୟ, ଲାଇବ୍ରେରୀ, କମ୍ୟୁନିଟି ରୋଷେଇ ଘର, ଇଣ୍ଡୋ-ଇସଲାମିକ୍ ସାଂସ୍କୃତିକ ରିସର୍ଚ୍ଚ ସେଣ୍ଟର ସହ ଏକ ପବ୍ଲିକେସନ୍ ହାଉସ୍ ମଧ୍ୟ ସାମିଲ।

ଇଣ୍ଡୋ-ଇସଲାମିକ୍ ସାଂସ୍କୃତିକ ଫାଉଣ୍ଡେସନ୍ (ଆଇଆଇସିଏଫ୍) ଟ୍ରଷ୍ଟର ସୂଚନା ଅନୁଯାୟୀ, ଜାନୁଆରୀ ୨୬ରେ ଏହି ପ୍ରକଳ୍ପର ଆରମ୍ଭ ପାଇଁ ଏକ ଉତ୍ସବ ପାଳନ କରିବାକୁ ଚିନ୍ତା କରାଯାଉଥିଲା। ତେବେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ଜାତୀୟ ପତାକା ଉତ୍ତୋଳନ କରାଯାଇ ପ୍ରକଳ୍ପକୁ ଆରମ୍ଭ କରାଯିବ।

ଇଣ୍ଡୋ-ଇସଲାମିକ୍ ସାଂସ୍କୃତିକ ଫାଉଣ୍ଡେସନ୍ (ଆଇଆଇସିଏଫ୍)ର ଏକ ବ‌ୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ଗଣତନ୍ତ୍ର ଦିବସ ପାଳନ କରାଯିବା ସହ ଧନିପୁର ମସଜିଦ ପ୍ରକଳ୍ପ କାର୍ଯ୍ୟ ଶୁଭାରମ୍ଭ ହେବ।

ଅଧିକ ପଢନ୍ତୁ- କିଭଳି ରହିବ ଅଯୋଧ୍ୟାରେ ନିର୍ମିତ ମସଜିଦ, ଦେଖନ୍ତୁ ଝଲକ

Leave A Reply

Your email address will not be published.