ନୂଆଦିଲ୍ଲୀ: ସାରା ଦେଶରେ ଆଜି ୭୨ ତମ ଗଣତନ୍ତ୍ର ଦିବସ ପାଳନ କରାଯାଉଅଛି। ଦିଲ୍ଲୀର ରାଜପଥ ସହ ସମସ୍ତଙ୍କ ଆଖି ଦିଲ୍ଲୀ ସୀମାରେ କୃଷକଙ୍କ ଟ୍ରାକ୍ଟର ରାଲି ଉପରେ ରହିଛି।
ଗତ ଦୁଇ ମାସ ଧରି କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଥିବା କୃଷକମାନେ ଆଜି ଦିଲ୍ଲୀ ସୀମାରେ ଏକ ଟ୍ରାକ୍ଟର ରାଲି କରୁଛନ୍ତି। କଡା ସୁରକ୍ଷା ବ୍ୟବସ୍ଥାରେ ଦିଲ୍ଲୀ ପୋଲିସ ଏହି ରାଲିକୁ ଅନୁମତି ଦେଇଛି।
#WATCH Protesting farmers break police barricading at Delhi-Haryana Tikri border
Farmers are holding tractor rally today in protest against Centre's three Farm Laws#RepublicDay pic.twitter.com/3tI7uKSSRM
— ANI (@ANI) January 26, 2021
ସିଙ୍ଗୁ ସୀମାରୁ କୃଷକଙ୍କ ଟ୍ରାକ୍ଟର ପଦଯାତ୍ରା ଆରମ୍ଭ ହୋଇଥିଲା ବେଳେ ଶୃଙ୍ଖଳା ପାଳନ କରିବାକୁ କୃଷକମାନଙ୍କୁ ବାରମ୍ବାର ଦିଲ୍ଲୀ ପୋଲିସ ନିବେଦନ କରିଛି।
ଖାସକରି ମହିଳାମାନେ ଜେସିବି ଭିତରେ ବସି ଟ୍ରାକ୍ଟର ପ୍ୟାରେଡରେ ଯୋଗ ଦେଉଛନ୍ତି। ଜେସିବି ସହାୟତାରେ କୃଷକମାନେ ରାସ୍ତାରେ ଥିବା ବ୍ୟାରିକେଡ୍ ହଟାଇଛନ୍ତି।
ତେବେ ସିଙ୍ଗୁ ବର୍ଡର ପରେ କୃଷକ ମାନେ ଦିଲ୍ଲୀ-ହରିୟାଣା ଟିକିରି ବର୍ଡରରେ ମଧ୍ୟ ବ୍ୟାରିକେଡ଼ ଭାଙ୍ଗିଥିବା ସୂଚନା ମିଳିଛି।
Comments are closed.