ଢେଙ୍କାନାଳ: ସାରା ବିଶ୍ୱରେ ଆଜିକାଲି କେଉଁଠି ନା କେଉଁଠି ଲାଗି ରହୁଛି ଅଶାନ୍ତି । ଭାରତ ମାଟିରୁ ସାରା ବିଶ୍ୱକୁ ଶାନ୍ତିର ବାର୍ତ୍ତା ପ୍ରସାରିତ ହୋଇଥିବା ବେଳେ ଆଜି ଆମ ଦେଶରେ ମଧ୍ୟ ଅନେକ କ୍ଷେତ୍ରରେ ଅଶାନ୍ତି ଦେଖାଦେଇଛି । ଶାନ୍ତି ବିନା ବିକାଶ ହୋଇପାରିବ ନାହିଁ । ତେଣୁ ଶାନ୍ତି ସାମ୍ବାଦିକତାକୁ ଅଧିକ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଛନ୍ତି ଆଇଆଇଏମ୍ସିର ମହାନିର୍ଦ୍ଦେଶକ ପ୍ରଫେସର ଡକ୍ଟର ସଂଜୟ ଦ୍ୱିବେଦୀ ।
ଆଇଆଇଏମ୍ସି ଢେଙ୍କାନାଳରେ ଗଣତନ୍ତ୍ର ଦିବସ ଅବସରରେ ଶାନ୍ତି ସାମ୍ବାଦିକତା ମନୋଗ୍ରାଫ୍ ଉନ୍ମୋଚନ ହୋଇଥିଲା । ଏହି ଅବସରରେ ପ୍ରଫେସର ଦ୍ୱିବେଦୀ କହିଛନ୍ତି, ଦେଶ ଦେଶ ମଧ୍ୟରେ ସଂଘର୍ଷ ଲାଗି ରହୁଛି । ବିଶ୍ୱରେ ଆତଙ୍କବାଦ ଏକ ବଡ ସମସ୍ୟା । ତେଣୁ ଶାନ୍ତି ପ୍ରତିଷ୍ଠା ଦିଗରେ ଗଣମାଧ୍ୟମ ଏକ ବଡ ଭୂମିକା ତୁଳାଇବା ଆବଶ୍ୟକ ବୋଲି କହିଛନ୍ତି ପ୍ରଫେସର ଦ୍ୱିବେଦୀ ।
ଏହି ଅବସରରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଆନ୍ଧ୍ର ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ଡିଭିଆର୍ ମୂର୍ତ୍ତି କହିଛନ୍ତି, ଆଜିକାଲି ଗଣମାଧ୍ୟମରେ ବହୁତ କମ୍ ଶାନ୍ତି ସାମ୍ବାଦିକତା ଦେଖା ଦେଉଛି । ଶାନ୍ତି ସାମ୍ବାଦିକତାର ପ୍ରମୁଖ ଉପାଦାନ ସତ୍ୟତା ହୋଇଥିବାରୁ ସତ୍ୟ, ତଥ୍ୟ, ଖବରର ଟିକିନିଖି ଗବେଷଣା, ବିଶ୍ଲେଷଣ ଓ ଉପସ୍ଥାପନା ପ୍ରତି ସଚେତନ ରହିବାକୁ ସେ ଯୁବ ସାମ୍ବାଦିକଙ୍କୁ ଆହ୍ୱାନ ଦେଇଥିଲେ ।
ଗୁଗୁଲ ମିଟ୍୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଆଇଏମ୍ସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ ପ୍ରାରମ୍ଭିକ ବକ୍ତବ୍ୟରେ କହିଥିଲେ, ଏବେ ଶାନ୍ତି ସାମ୍ବାଦିକତାର ବେଶ୍ ଆବଶ୍ୟକତା ଅଛି । ଆଇଆଇଏମ୍ସି ଢେଙ୍କାନାଳର ଏହି ମନୋଗ୍ରାଫଟି ସାମ୍ବାଦିକତାର ଛାତ୍ରଛାତ୍ରୀ ଓ ସାମ୍ବାଦିକଙ୍କୁ ନୂଆ ଦିଗ ଦେଖାଇ ପାରିବ ।
କାର୍ଯ୍ୟକ୍ରମକୁ ଆଇଆଇଏମ୍ସି ଢେଙ୍କାନାଳର ସହକାରୀ ପ୍ରଫେସର ସମ୍ବିତ ପାଲ ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ସହକାରୀ ପ୍ରଫେସର ଡକ୍ଟର ଜ୍ୟୋତିପ୍ରକାଶ ମହାପାତ୍ର ।
ଶାନ୍ତି ସାମ୍ବାଦିକତା ମନୋଗ୍ରାଫରେ ୧୫ଟି ସନ୍ଦର୍ଭ ଓ ନିବନ୍ଧ ଅଛି । ଦେଶର ଖ୍ୟାତାନାମା ଶିକ୍ଷାବିତ ଓ ସାମ୍ବାଦିକମାନେ ଏହା ଲେଖିଛନ୍ତି ।
BREAKING NEWS
- ରାଜ୍ୟବ୍ୟାପୀ ଓଡିଶା ଦିବସ ପାଳିବ ବିଜେଡି
- ଧୋନିଙ୍କୁ କାହିଁକି ଏସବିଆଇ ଦିଏ ୬ କୋଟି ଟଙ୍କା? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ
- ଇଣ୍ଡିଗୋ ଉପରେ ୯୪୪ କୋଟି ଟଙ୍କାର ଜୋରିମାନା
- ୱାର୍ଣ୍ଣେଙ୍କ ମୃତ୍ୟୁ ରହସ୍ୟ: ଘରୁ ମିଳିଥିଲା ଉତେଜକ ଔଷଧ
- ସୁକମା ଏନକାଉଣ୍ଟର: ପୁଣି ଜଣେ ନକ୍ସଲ ମୃତ
- ବରବାଦ୍ ହେଉଛି ପାକିସ୍ତାନ, ରାତ୍ରିକାଳୀନ ଯାତାୟତ ଉପରେ ଲାଗିଲା କଟକଣା
- କୋଏଲ ନଦୀରେ ଗାଧୋଇବା ହେଲା କାଳ: ବୁଡ଼ି ଗଲେ ୨ ସାଙ୍ଗ
- କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣା; ମୃତକଙ୍କ ପରିବାରକୁ ୫ ଲକ୍ଷ ଅନୁକମ୍ପା ସହାୟତା
- ପୁଣି ବଡ଼ ଭୂକମ୍ପ, ସୁନାମୀ ଚେତାବନୀ ଜାରି କଲା ଆମେରିକା
- ଗ୍ରୀଷ୍ମ ଋତୁରେ ଖାଆନ୍ତୁ ପାନମଧୁରୀ, ଏଥିରେ ରହିଛି ଅନେକ ଔଷଧୀୟ ଗୁଣ
Comments are closed.