Latest Odisha News

BREAKING NEWS

ଷ୍ଟାରସିପ୍ ରକେଟ ଲଞ୍ଚିଂ ବେଳେ ଲାଇସେନ୍ସର ଉଲଙ୍ଘନ କରିଛି ସ୍ପେସ୍ ଏକ୍ସ

ନୂଆଦିଲ୍ଲୀ:  ଲାଇସେନ୍ସର ଉଲ୍ଲଙ୍ଘନ କରି ଚର୍ଚ୍ଚାରେ ସ୍ପେସ୍ ଏକ୍ସ । ରିପୋର୍ଟ ଅନୁସାରେ, ସ୍ପେସ୍ ଏକ୍ସ ଫେଡେରାଲ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ ଟେଷ୍ଟ୍ ଲାଇସେନ୍ସର ଉଲ୍ଲଙ୍ଘନ କରିଛି । ଏକ ରକେଟର ପରୀକ୍ଷଣ ବେଳେ କମ୍ପାନୀ ଏହି ଉଲ୍ଲଙ୍ଘନ କରିଛି । ଷ୍ଟାରସିପ୍ ରକେଟର ପରୀକ୍ଷଣ ବେଳେ ଏହା ସାମ୍ନାକୁ ଆସିଛି ।

ଷ୍ଟାରସିପ୍ ରକେଟଟି ଉତକ୍ଷେପଣ ପରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏହି ରକେଟକୁ ୧୦୦ ଟନ୍ ଓଜନର ଜିନିଷ ଓ ମନୁଷ୍ୟକୁ ଚନ୍ଦ୍ର ଓ ମଙ୍ଗଳ ପୃଷ୍ଠକୁ ନେବା ପାଇଁ ବିକଶିତ କରାଯାଇଥିଲା । ଏହା ୪୧୦୦୦ ଫୁଟ୍ ଉଚ୍ଚତାକୁ ଯାଇଥାନ୍ତା । ଏହାର ଇଞ୍ଜିନକୁ ସ୍ପେସ ଏକ୍ସ ପ୍ରଥମ ଥର ପାଇଁ ତିଆରି କରିଥିଲା । ତେବେ ଏହି ରକେଟ ଧାର୍ଯ୍ୟ ଉଚ୍ଚତାକୁ ଯାଇପାରିବ ନା ନାହିଁ ତାହା କମ୍ପାନୀ ସ୍ପଷ୍ଟ କରିନଥିଲା ।

ଫେଡେରାଲ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ ବା ଏଫଏଏ କହିଛି ଯେ, କମ୍ପାନୀ ଆହୁରି ମଧ୍ୟ ଅତିରିକ୍ତ ତଥ୍ୟ ଦେଇପାରିଥାନ୍ତା । କିନ୍ତୁ ଏପରି କରିନଥିଲା । ତେବେ କମ୍ପାନୀ ଆଉ ଥରେ ପ୍ରକଳ୍ପ ବାବଦରେ ତଥ୍ୟ ଦେଲା ପରେ ହିଁ ପ୍ରସ୍ତାବକୁ ମଞ୍ଜୁରୀ ମିଳିବ ବୋଲି ଏଫଏଏ କହିଛି ।

Leave A Reply

Your email address will not be published.