Latest Odisha News

BREAKING NEWS

ଝରାଫୁଲ ଡେଥ୍ ମିଷ୍ଟ୍ରି, ରିମାଣ୍ଡରେ ଯିବ ରାକେଶ

ଭୁବନେଶ୍ୱର: ଖୋଲିବ ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ରହସ୍ୟ । ପୁରା ଘଟଣା ଉପରୁ ପରଦା ଉଠାଇବା ପାଇଁ ଆଜି ରିମାଣ୍ଡ ପାଇଁ ଅନୁମତି ଦେଶପାରନ୍ତି କୋର୍ଟ । ଏ ନେଇ ଯାଜପୁର ଜିଲ୍ଲା ଦୌରାଜଜରେ ଅପିଲ କରିଛି କୁଆଖିଆ ଥାନା ପୋଲିସ ।

ଗତ ୨୯ ତାରିଖରେ ଅଭିଯୁକ୍ତ ରାକେଶ ସ୍ବାଇଁକୁ କୋର୍ଟ ଚାଲାଣ କରିଥିଲା ପୋଲିସ । ରାକେଶଙ୍କ ବିରୋଧରେ ଲାଗିଛି IPC ଦଫା ୩୦୨, ୨୦୧, SC/ST ଆକ୍ଟ । ସେପଟେ ୬ ଦିନ ପରେ ବି ଘଟଣାକୁ ନେଇ ଲାଗିରହିଛି ସସ୍‌ପେନ୍‌ସ । ରାକେଶକୁ ରିମାଣ୍ଡରେ ନେବା ପୂର୍ବରୁ ପାରିପାର୍ଶ୍ବିକ ନେଇ ପ୍ରମାଣ ଯୋଗାଡ଼ କରୁଛି ଯାଜପୁର ପୋଲିସ ଓ ସାଇଣ୍ଟଫିକ ଟିମ୍ । ଭୁବନେଶ୍ୱରରୁ କୂଆଖିଆ ପର୍ଯ୍ୟନ୍ତ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଛି ପୋଲିସ । ସେପଟେ ଏବେବି ପୋଲିସ କବ୍‌ଜାକୁ ଆସିନି ରାକେଶର ସହଯୋଗୀ ଶେଖର । ତେବେ ଫରେନ୍‌ସିକ, ପୋଷ୍ଟମର୍ଟମ ଓ ଭିସେରା ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବିଶେଷଜ୍ଞ କହିଛନ୍ତି ।

Comments are closed.