Latest Odisha News

BREAKING NEWS

ପଦ୍ମଶ୍ରୀ ବିଜେତା କମଳା ପୂଜାରୀ ଅସୁସ୍ଥ

ଜୟପୁର: ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ କମଳା ପୂଜାରୀ ଅସୁସ୍ଥ ଥିବା ସୂଚନା ମିଳିଛି।

BjdElectrycity

ପ୍ରାପ୍ତ ସୂଚନାନୁଯାୟୀ, ସେ ଦୀର୍ଘ ଏକ ମାସ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି। ସେ ଅଣ୍ଟା ଓ ଆଣ୍ଠୁ ଯନ୍ତ୍ରଣାରେ ପିଡିତ ଥିବା ଜଣାପଡିଛି।

ଉଲ୍ଲେଖଯୋଗ୍ୟ, କୋରାପୁଟ ଜିଲ୍ଲାର ପାତ୍ରପୁଟ ଗ୍ରାମର ମୂଳ ବାସିନ୍ଦା କମଳା ପୂଜାରୀଙ୍କୁ କୃଷିକ୍ଷେତ୍ରରେ ପ୍ରମୁଖ ଅବଦାନ ପାଇଁ ଏହି ପଦ୍ମଶ୍ରୀ ସମ୍ମାନ ନିମନ୍ତେ ତାଙ୍କ ନାମ ମନୋନୀତ କରାଯାଇଥିଲା । ସେ ବିଭିନ୍ନ ଗବେଷଣା କରିବା ସହ ଅନ୍ୟ ପ୍ରକାର ଶସ୍ୟ ଆବିଷ୍କାର କରିବାରେ ସଫଳ ହୋଇପାରିଥିଲେ ।

ଆହୁରି ମଧ୍ୟ ତାଙ୍କୁ ୨୦୦୨ ମସିହାରେ ଦକ୍ଷିଣ ଆଫ୍ରିକାରେ ‘ଇକ୍ୱେଟର ଇନିସିଏଟିଭ୍ ଆୱାର୍ଡ’ ସମ୍ମାନ ମିଳିଥିଲା ।

Leave A Reply

Your email address will not be published.