Latest Odisha News

BREAKING NEWS

ବାଇକକୁ ଧକ୍କା ଦେଲା କାର, ଜଣେ ମୃତ

ବଲାଙ୍ଗିର: ବାଇକକୁ ଧକ୍କା ଦେଲା କାର । ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ରୁଗୁଡିପାଲି ଛକଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଆନ୍ୟ ଜଣେ ଗୁରୁତର ହୋଇଛନ୍ତି । 

ଜଣେ  ଫ୍ଲିପକାର୍ଟର ଡେଲିଭରୀ ବଏ ବାଇକରେ ଆସୁଥିବା ବେଳେ, କଳାହାଣ୍ଡି ଅଭିମୁଖେ ଯାଉଥିବା ଏକ କାର ତାଙ୍କୁ ଜୋରରେ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଡେଲିଭରୀ ବଏ ଶ୍ରୀକାନ୍ତଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ଦୁର୍ଘଟଣାରେ କାର ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି ।

ଗୁରୁତର ଡ୍ରାଇଭର ଜଣକ ନିଜେ କାରର ମାଲିକ ଏବଂ ବଲାଙ୍ଗିର ସହରର ବୋଲି ଜଣାପଡିଛି । ତୁଷୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ହସ୍ପିଟାଲକୁ ପଠାଇବା ସହିତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । 

Leave A Reply

Your email address will not be published.