Latest Odisha News

ବାଇକ ଯୋଗେ ଗଞ୍ଜେଇ ଚାଲାଣ; ୨ ଅଭିଯୁକ୍ତ ଗିରାଫ

ଲମତାପୁଟ : ଗଞ୍ଜେଇ ଚାଲାଣ ପାଇଁ ୧୦୦କିମି କି ୫୦୦ କିମି ନୁହେଁ ବରଂ ୨ହଜାର କିମି ଆସିଥିଲେ ମାଫିଆ । ସିଏବି କୌଣସି ବୋଲରୋ, କାର୍‌ କିମ୍ବା ଟ୍ରକରେ ନୁହେଁ ବରଂ ଏକ ମଟର ସାଇକେଲରେ।

ସୂଚନାନୁସାରେ, କୋରାପୁଟ ଜିଲ୍ଲା ଆନ୍ଧ୍ରସୀମାନ୍ତ ବର୍ତ୍ତି ପାଡୁଆ ଅଞ୍ଚଳରୁ ମଧ୍ୟପ୍ରଦେଶ ଚୋରା ଚାଲାଣ ବେଳେ ପାଡୁଆ ପୋଲିସ ହାତରେ ଧରା ପଡିଛନ୍ତି ଗଞ୍ଜେଇ ମାଫିଆ ।

ପାଡୁଆ ମେଡିକାଲ ନିକଟରେ ଗାଡି ଯାଞ୍ଚ ସମୟରେ ଆନ୍ଧ୍ର ସୀମାନ୍ତରୁ ଦ୍ରୁତ ଗତିରେ ଆସୁଥିବା ଏକ ମଟର ସାଇକେଲକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା ପୋଲିସ । ମାତ୍ର ପୋଲିସକୁ ଚକମା ଦେଇ ଚାଲିଯିବା ପାଇଁ ଚେଷ୍ଟା କରିଥିଲା ଏହି ବାଇକ ।

ତେବେ ପୋଲିସ ଏହି ଗାଡିକୁ ଧରିବା ସହ ୨ଜଣଙ୍କୁ କାବୁ କରିଥିଲା । ଯୁବକଙ୍କ କାନ୍ଧରେ ଥିବା ଏୟାର ବ୍ୟାଗ ଯାଞ୍ଚ କରିବାରୁ ସେଥିରୁ ପାଖାପାଖି ୧ ଲକ୍ଷ ୭୦ ହଜାର ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ । ୨ଅଟକ ଯୁବକ ମଧ୍ୟ ପ୍ରଦେଶର ସଚିନ ଠାକୁର ଏବଂ ଗଲୁ ଖାନ ବୋଲି ଜଣାପଡ଼ିଛି।

ଗଞ୍ଜେଇ ଚୋରା ଚାଲାଣ ପାଇଁ ମଟର ସାଇକେଲ ଯୋଗେ ଏହି ଦୁଇ ଯୁବକ ପାଖାପାଖି ୨ ହଜାର କିଲୋମିଟର ଅତିକ୍ରମ କରି ପାଡୁଆ ଆସିଥିବା ସ୍ୱୀକାର କରିଛନ୍ତି।

Comments are closed.