Latest Odisha News

BREAKING NEWS

ରେଳ ବଜେଟରେ ଓଡିଶାକୁ ୫୫୨୮ କୋଟି ଟଙ୍କା

ଭୁବନେଶ୍ୱର: ୨୦୨୧-୨୨ ରେଳ ବଜେଟରେ ଓଡ଼ିଶାକୁ ମିଳିଛି ୫ହଜାର ୫୨୮ କୋଟି ଟଙ୍କା । ଏହା ଭିତରେ ନୂଆ ରେଳପଥ, ଗେଜ୍ ପରିବର୍ତ୍ତନ ଓ ଦୋହରୀକରଣ ଭଳି ୩୯ଟି ପ୍ରକଳ୍ପ ରହିଛି । ଚଳିତ ବଜେଟରେ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ୨୮୯ କିଲୋମିଟର ରେଳପଥ ନିର୍ମାଣ ପାଇଁ ହଜାରେ ୫୦ ଲକ୍ଷ ଅନୁଦାନ ମିଳିଛି ।

୨୦୦୯-୧୪ ଭିତରେ ଓଡ଼ିଶାର ରେଳ ପ୍ରକଳ୍ପ ପାଇଁ ହାରାହାରି ୮୩୮ କୋଟି ଟଙ୍କା ମିଳିଥିବା ବେଳେ ୨୦୨୧-୨୨ରେ ଏହାର ୫୬୦ ପ୍ରତିଶତ ଅଧିକ ଅନୁଦାନ ଦିଆଯାଇଥିବା ରେଳମନ୍ତ୍ରୀ ପୀୟୂଷ ଗୋୟଲ ଦାବି କରିଛନ୍ତି ।

ପୂର୍ବତଟ ରେଳବାଇର ନୂଆ ରେଳ ପ୍ରକଳ୍ପ ତାଲିକାରେ ଅନୁଗୁଳ-ସୁକିନ୍ଦା ୯୮ କି.ମି ରେଳ ପ୍ରକଳ୍ପକୁ ୪ ଶହ କୋଟି, ହରିଦାସପୁର-ପାରଦୀପ ୮୨ କିଲୋମିଟର ରେଳ ଲାଇନ ପାଇଁ ବଜେଟରେ ୪ ଶହେ କୋଟି ଟଙ୍କା ଟଙ୍କା ମଞ୍ଜୁର ହୋଇଛି । ସମ୍ୱଲପୁର-ତାଳଚେର ୧୭୪ କିଲୋମିଟର ରେଳ ପ୍ରକଳ୍ପ ପାଇଁ ୧୭ଶହ ୩୭ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

କେନ୍ଦୁଝର-ଜଗଦଲପୁର ରେଳ ଲାଇନ ପାଇଁ ୧୯୮ କୋଟି ମଞ୍ଜୁର ହୋଇଥିବା ବେଳେ ଟିଟିଲାଗଡ଼-ସମ୍ୱଲପୁର ୨୬୪ କିଲୋମିଟର ତୃତୀୟ ଲାଇନ ନିର୍ମାଣରେ ଖର୍ଚ୍ଚ ହେବ ୪୫୦ କୋଟି ଟଙ୍କା । ରାୟଗଡ଼ାଠାରେ ରେଳ ଡିଭିଜନ୍ ପ୍ରତିଷ୍ଠା ପାଇଁ ୪୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ।

ଚଳିତ ରେଳ ବଜେଟରେ ୭ ହଜାର ୨ଶହ କୋଟି ଟଙ୍କା ଦେବାକୁ ରାଜ୍ୟ ସରକାର ଦାବି କରିଥିଲେ । ଗତବର୍ଷ ରେଳ ବଜେଟରେ ଓଡ଼ିଶାକୁ ମିଳିଥିଲା ୪ହଜାର ୩୭୩ କୋଟି ଟଙ୍କା । ଗତବର୍ଷ ଅପେକ୍ଷା ଏଥର ଅଧିକ ଅନୁଦାନ ମିଳିଛି । ତେବେ ଏନେଇ ପୂର୍ବତନ ରେଳବାଇ ପକ୍ଷରୁ ବିସ୍ତୃତ ଭାବରେ ସୂଚନା ମିଳି ନାହିଁ ।

Comments are closed.