Latest Odisha News

BREAKING NEWS

ଫେସବୁକ୍‌ରେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ସୁପାରୀ

ପୁଡୁଚେରୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଅପମାନିସୂଚକ ଟିପ୍ପଣୀ କରିଥିବା ଜଣେ ୪୩ ବର୍ଷୀୟ ଠିକାଦାରକୁ ଗିରଫ କରିଛି ପୋଲିସ । ‘ମୋତେ ୫ କୋଟି ଦେଲେ ମୁଁ ମୋଦୀଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ’ ବୋଲି ଫେସବୁକ୍‌ ପୋଷ୍ଟ କରିଥିବା ପୁଡୁଚେରୀର ଜଣେ ଠିକାଦାରକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

‘ସତ୍ୟା ସତ୍ୟା’ ନାଁରେ ଫେସବୁକ୍‌ରେ ମୋଦୀଙ୍କୁ ହତ୍ୟା କରିବା ଫାଇଁ ସୁପାରୀ ମାଗିଥିଲା । ଏଥିରେ ଲେଖାଥିଲା, ‘ଯିଏ ୫ କୋଟି ଦେବ ମୁଁ ମୋଦୀଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ।’ ତେବେ ଏହି ପୋଷ୍ଟ ଜଣେ କାର ଡ୍ରାଇଭର ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଆକାଉଣ୍ଟକୁ ଟ୍ରେସ କରି ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ଏଭଳି ଅନେକ ପୋଷ୍ଟ କରି ଅଭିଯୁକ୍ତ ସତ୍ୟାନନ୍ଦମ ଦଙ୍ଗା ସୃଷ୍ଟି କରିବାକୁ ଚାହୁଁଥିବା ଅଭିଯୋଗରେ ପୋଲିସ ତାକୁ ଗିରଫ କରିଛି । ଅରନ୍ୟକୂପମ ଗାଁର ସତ୍ୟନନ୍ଦମକୁ ଗିରଫ କରିବା ପରେ ସ୍ଥାନୀୟ କୋର୍ଟରେ ହାଜର କରାଇଥିଲା ପୋଲିସ । କୋର୍ଟ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

Leave A Reply

Your email address will not be published.