Latest Odisha News

ଆରପାରିରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନ

ଅନୁଗୁଳ: ଆଉ ନାହାଁନ୍ତି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନ । ଅନୁଗୁଳର ଏହି ମହାନ ବ୍ୟକ୍ତିତ୍ୱଙ୍କର ୧୦୩ ବର୍ଷ ବୟସରେ ଦେହାନ୍ତ ହୋଇଛି । ୧୯୧୮, ଫେବ୍ରୁଆରୀ ୨୦ରେ ଜନ୍ମିତ ସ୍ୱର୍ଗତ ପ୍ରଧାନଙ୍କ ନିଧନରେ କେବଳ ଜିଲ୍ଲା ନୁହେଁ ବରଂ ସମଗ୍ର ଓଡିଶାରେ ଶୋକର ବାତାବରଣ ସୃଷ୍ଟି କରିଛି ।

ଆଜି ଅପରାହ୍ନରେ ତାଙ୍କ ନିଧନ ଖବର ଜାଣିବା ପରେ ବହୁ ସଂଖ୍ୟାରେ ଲୋକେ କଂସାମୁଣ୍ଡା ସ୍ଥିତ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ । ଆଉ ଦିନ କେଇଟା ପରେ ସେ ୧୦୪ ବର୍ଷ ବୟସରେ ପାଦ ଥାିଥାନ୍ତେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ସେ ଆଜି ନାହାନ୍ତି ସତ, ହେଲେ ଦେଶ ପାଇଁ ତାଙ୍କ ଉତ୍ସର୍ଗୀକରଣ ଓ ତ୍ୟାଗ ଯୁଗଯୁଗ ପର୍ଯ୍ୟନ୍ତ ଜୀବିତ ରହିବ ।

Leave A Reply

Your email address will not be published.